ଭୁବନେଶ୍ୱର : ଓଡିଶାର ମୋହନ ମାଝୀ ସରକାରରେ କାହାର ପାତିଆରା କେତେ ତାହାକୁ ନେଇ ଅନେକ ଚର୍ଚ୍ଚା ରହିଛି l ତେବେ ସମ୍ପ୍ରତି ଏହି ଚର୍ଚ୍ଚା ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଭିତରେ ସୀମିତ ରହିଛି l
ଗତ କିଛି ଦିନ ଧରି କ୍ଷମତା ଅଳିନ୍ଦରେ ରାଜ୍ୟ ସଭାପତି ସାମଲଙ୍କ ପ୍ରଭୂତ୍ବ କଥା ଶୁଣା ଯାଉଥିଲା l ହେଲେ ଗତ କାଲି ହଠାତ ସେ ସମୀକରଣଟା ବଦଳି ଯାଇଥିବା ଭଳି ଦେଖା ଯାଉଛି l
ଗତକାଲି ଅର୍ଥାତ ଶନିବାର ରାତିରେ ମୁଖ୍ୟମନ୍ତ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ସହ ରାଜ୍ୟର ତୁଙ୍ଗ ପ୍ରଶାସକ ମାନଙ୍କର ଏକ ମିଟିଙ୍ଗ ନେଇଥିଲେ l ଏହି ମିଟିଙ୍ଗର ବାର୍ତା ବେଶ ସ୍ପଷ୍ଟ ଥିଲା l ମୁଖ୍ୟମନ୍ତ୍ରୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେତେ ପ୍ରଭାବ ରହିଛି ତାହା ଅଫିସର ମାନଙ୍କୁ ଜଣାଇବା ଏହି ବୈଠକର ଉଦେଶ୍ୟ ଥିଲା l
ଆଜି ରବିବାର ସକାଳୁ କଳିଙ୍ଗ ଷ୍ଟାଡିଅମ ରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା ସେଇଥିରେ ଘଟଣାଟା ସ୍ପଷ୍ଟ ହୋଇଗଲା l
ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିଅମରେ ପ୍ରାତଃ ଭ୍ରମଣରେ କଲା ବେଳେ ତାଙ୍କ ସଙ୍ଗେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଉପ ସଭାପତି ଗୋଲକ ମହାପାତ୍ର, ଭୁବନେଶ୍ୱର ମଧ୍ୟ ବିଧାୟକ ପାର୍ଥି ଜଗନ୍ନାଥ ପ୍ରଧାନ ଓ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ l
ସମୀର ମହାନ୍ତି, ଗୋଲକ ମହାପାତ୍ର, ଜଗନ୍ନାଥ ପ୍ରଧାନ ଓ ରଞ୍ଜିତ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ ଲୋକ ଭାବେ ଓଡିଶା ରାଜନୀତିରେ ବେଶ ଜଣାଶୁଣା l
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତ ଦୁଇଦିନ ତଳେ ଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ଓ ନିବେଶକ ସମିଳନୀରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତାଙ୍କର ପାତିୟାରା ଜାହିର କରିବାକୁ ଯାଇ ନିମନ୍ତ୍ରିତ ନିବେଶକ ଓ ଶିଳ୍ପପତିମାନଙ୍କୁ ତାଗିଦ କରିଥିଲେ ଯେ ବିନା ଜନପ୍ରତିନିଧିଙ୍କ ପରାମର୍ଶରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା କଥା ଚିନ୍ତା କରନ୍ତୁ ନାହିଁ l ହରିୟାଣା ନିର୍ବାଚନ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ବ୍ୟସ୍ତତା ଯୋଗୁଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇପାରିନଥିଲେ l