Nation

କେସିଆରଙ୍କ ଭାରତ ରାଷ୍ଟ୍ର ସମିତି ଚକିତ କରିବ ଓଡିଶା ରଜନୀତିକୁ….

Published

on

ଭୁବନେଶ୍ୱର: ଓଡିଶା ପାଇଁ କେସିଆରଙ୍କ ଭାରତ ରାଷ୍ଟ୍ର ସମିତିର ମେଗା ପ୍ଲାନ। କେବଳ ଉପାନ୍ତ ଅଞ୍ଚଳ ନୁହେଁ ସମଗ୍ର ଓଡ଼ିଶାରେ ପତାକା ଉଡାଇବାର ଯୋଜନରେ ଏହି ନବ ଗଠିତ ଜାତୀୟ ଦଳ।

ଦଳ ଭୁବନେଶ୍ୱରରେ ୨୦ କୋଟି ଟଙ୍କାରେ ଏକ ରାଜ୍ୟ କାର୍ଯ୍ୟାଳୟ ଖୁବ ଶୀଘ୍ର ଉଦଘାଟନ କରିବକୁ ଯାଉଛି।

ଦଳ ଏବେ ପାନ ଓଡିଶା ପରିଚୟ ଥିବା ଯୁବ ନେତାଙ୍କୁ ସାମିଲ କରିବା ଆରମ୍ଭ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପରିବାର, ଜୟରାମ ପାଙ୍ଗି ଓ ନବୀନ ନନ୍ଦଙ୍କୁ ନେବା ପରେ ଦଳ ଏବେ ଏକ ବଡ ଯୋଜନାରେ ଅଛି।

ଆରଟିଆଇ ଏକଟିଭିଷ୍ଟ ପ୍ରଦୀପ ପ୍ରଧାନ, ନବ ନିର୍ମାଣ କୃଷକ ସଙ୍ଗଠନର ଦୁର୍ବାର ନେତା ଅକ୍ଷୟ ସମେତ ଆଠ ଜଣ ପୂର୍ବତନ ବିଧାୟକ ଖୁବ ଶୀଘ୍ର ଦଳରେ ଯୋଗ ଦେବେ। ପୂର୍ବତନ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ସମେତ ଅନେକ ପୂର୍ବତନ ସାଂସଦ ତଥା ତୁଙ୍ଗ ରାଜନୈତିକ ନେତା ଦଳରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *

Trending

Exit mobile version