Nation

ବିଜେପି ରାଷ୍ଟ୍ରୀୟ ଅଧକ୍ଷ ପଦ ଦୌଡରେ ଧର୍ମେନ୍ଦ୍ର ପ୍ରଧାନ ଆଗରେ

Published

on

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ସର୍ବୋଚ୍ଚ ପଦବୀ ରାଷ୍ଟ୍ରୀୟ ଅଧକ୍ଷ ପଦ ପାଇଁ ନିର୍ବାଚନ ଖୁବ ଶୀଘ୍ର ହେବାକୁ ଯାଉଛି l ଏଥିପାଇଁ ଦଳୀୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଗଲିଣି l ଆଗାମୀ ଡ଼ିସେମ୍ବର ଶେଷ ସୁଦ୍ଧା ନୂଆ ସଭାପତି ଚୟନ ହେବ l

ବର୍ତମାନର ସଭାପତି ଜେପି ନଡ୍ଡାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ସାରିବାକୁ ଯାଉଛି l ତେବେ କିଏ ହେବ ଶାସକ ବିଜେପି ଦଳର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧକ୍ଷ?

କୁହା ଯାଉଛି ବର୍ତମାନ ଏହି ଦୌଡରେ ଦୁଇ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ ଅଛନ୍ତି l କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପରବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ l ଏମାନଙ୍କୁ ଛାଡିଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଦେବେନ୍ଦ୍ର ଫରନାଡଭିସ, ବିନୋଦ ତାୱାଡେ ନାମ ମଧ୍ୟ ଚର୍ଚ୍ଚାରେ ଅଛି l ଆରଏସଏସ ଚୌହାନଙ୍କୁ ଚାହୁଁଛି l ହେଲେ ମୋଦି – ଶାହା ତାଙ୍କୁ ଗ୍ରହଣ କରିବାକୁ ନାରାଜ l ଆରଏସଏସ ଏବଂ ସରକାର ଉଭୟଙ୍କ ବିନା ସହାମତି ରେ ରାଷ୍ଟ୍ରୀୟ ଅଧକ୍ଷ ବାଛିବା ସମ୍ଭବ ନୁହେଁ l

ଏହି ଦୌଡରେ ବର୍ତମାନ ପ୍ରଧାନ ଓ ଯାଦବ ଅଛନ୍ତି l ଦୁହିଁଙ୍କ ବୟସ ପଚାଶରୁ କିଛି ଉର୍ଦ୍ଧ ଏବଂ ଉଭୟ ପଛୁଆ ଜାତିର ପ୍ରମୁଖ ଚେହେରା l ଏବିଭିପି ରାଜନୀତିରୁ ଆସିଥିବା ପ୍ରଧାନଙ୍କ ମୁଣ୍ଡ ଉପରେ ଆରଏସଏସ ସାଧାରଣ ସମ୍ପାଦକ ଦତ୍ତାତ୍ରୟ ହୋସବୋଲେଙ୍କ ହାତ ଅଛି l ଅନ୍ୟ ପକ୍ଷରେ ଯାଦବ ଏକଦା ଆରଏସଏସ ଓକିଲର ସଂଗଠନର ମୁଖ୍ୟ ଥିଲେ l ତାହାଛଡା ମୋଦିଙ୍କର ବନ୍ଧୁ ସୁରେଶ ଶୋନିଙ୍କର ସେ ଶୁଭଦୃଷ୍ଟିରେ ଅଛନ୍ତି l

ତେବେ ଅଜିକା ଦିନରେ ଏହି ଦୌଡରେ ଧର୍ମେନ୍ଦ୍ର ପ୍ରଧାନ ଆଗରେ ଅଛନ୍ତି l ହରିୟାନା ନିବାର୍ଚନ ଜିତିବା ପରେ ପ୍ରଧାନଙ୍କ ଭାବମୂର୍ତ୍ତି ଦଳରେ ବେଶ ମଜବୁତ ହୋଇଛି l

ଅନ୍ୟ ପକ୍ଷରେ ଓଡିଶା ନିର୍ବାଚନ ଜିତିବାପରେ ଯାଦବଙ୍କ ଭାବମୂର୍ତ୍ତି ମଧ୍ୟ ଦଳରେ ବେଶ ଭଲ ଅଛି l ତେବେ ମହାରାଷ୍ଟ୍ର ନିର୍ବାଚନର ଫଳାଫଳ ଉପରେ ତାଙ୍କର ଭାଗ୍ୟ ଜଣା ପଡିବ l ମହାରାଷ୍ଟ୍ର ନିର୍ବାଚନରେ ମହାଯୁକ୍ତି ଦଳର ଏବଂ ବିଶେଷ କରି ବିଜେପିର ପ୍ରଦର୍ଶନୀ ଭଲ ରହେଲେ ତାଙ୍କର ଅଧ୍ୟକ୍ଷ ପଦ ପାଇବାର ସମ୍ଭବନା ବେଶ ବଢ଼ି ଯିବ l

 

 

Leave a Reply

Your email address will not be published. Required fields are marked *

Trending

Exit mobile version