ଉବେର ଡ୍ରାଇଭର ହେବାର ସଫଳତା ହାସଲ କରିଛନ୍ତି କିନ୍ନର ରାଣୀ । ଉବେର ପକ୍ଷରୁ ତାଙ୍କୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଏହା ହାସଲ କରିବା ପରେ ସେ ଓଡିଶା ପାଇଁ ଗର୍ବ ଆଣିଛନ୍ତି । କିନ୍ନରମାନଙ୍କ ପ୍ରତି ଲୋକମାନଙ୍କ ଦୃଷ୍ଟିଭଙ୍ଗୀକୁ ବଦଳାଇଛନ୍ତି ରାଣୀ । ଲୋକଙ୍କ କଥାକୁ ଖାତିର ନ କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କେବଳ ଗାଡିଚଲାଇବା ଦ୍ୱାରା ସଫଳ ଡ୍ରାଇଭର ହୋଇପାରିବ ତାହା ନୂହେଁ ଯାତ୍ରୀଙ୍କ ପ୍ରତି ଭଲ ବ୍ୟବହାର ହିଁ ତାଙ୍କୁ ଏହି ସଫଳତା ଦେଇଛି । ୨୦୧୭ ରେ ବଡଦାଣ୍ଡରେ ରଥଯାତ୍ରା ସମୟରେ ଆମ୍ବୁଲାନ୍ସ ଚଲାଇ ଅସୁସ୍ଥ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିଥିଲେ ରାଣୀ । ରାଣୀ ପୂର୍ବରୁ ଅଟୋ ଚଲାଉଥିଲେ । କିନ୍ତୁ ସେତେବେଳେ ତାଙ୍କ ଅଟୋରେ କେହି ବସୁନଥିଲେ । ସେତେବେଳେ ଲୋକମାନେ ତାଙ୍କୁ ଘୃଣା ଦୃଷ୍ଟିରେ ଦେଖୁଥିଲେ । କିନ୍ତୁ ସେ କୌଣସି ସମସ୍ୟାରେ ଅଟକି ନ ଯାଇ ଆଗେଇ ଚାଲିଲେ । ତାଙ୍କୁ କିଛି କରିବାର ସ୍ୱପ୍ନ ଥିଲା । ତାଙ୍କ କହିବା ଅନୁସାରେ ୯୦ ପ୍ରତିଶତ ମହିଳା ତାଙ୍କ ଗାଡିରେ ବସନ୍ତି କାରଣ ମହିଳା ମାନେ ତାଙ୍କ ଗାଡିରେ ଅଧିକ ନିରାପଦ ଭାବନ୍ତି । କେବଳ ସେତିକି ନୁହେଁ ରାଣୀଙ୍କୁ ନେଇ ଆମେରିକା ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ପ୍ରସ୍ତୁତ କରୁଛି ।