Nation

କିମ୍ବଦନ୍ତୀ କଳିଙ୍ଗ ରଥର ପ୍ରତ୍ୟାବର୍ତ୍ତନ

Published

on

ଭୁବନେଶ୍ୱର: ଫେରିଲା କିମ୍ବଦନ୍ତୀ କଳିଙ୍ଗ ରଥ। ଯୁଗ ପୁରୁଷ ବିଜୁ ପଟ୍ଟନାୟକଙ୍କ ବହନ ଭାବେ ସାରା ଦେଶରେ ଏକଦା ପରିଚିତ କଳିଙ୍ଗ ରଥ ପୁଣି ଗାଡିବ ରାସ୍ତାରେ।

ବିଜୁ ବାବୁ ଚଢୁଥିବା ଷ୍ଟେସନ ୱାଗନ ଗାଡି ଓଡିଶା ବାସୀଙ୍କର ବେଶ ପ୍ରିୟ ଥିଲା। ବିଜୁ ବାବୁ ଏହି ଗାଡ଼ିରେ ବସି ଓଡିଶା ସାରା ନିର୍ବାଚନ ଗସ୍ତ କରୁଥିଲେ। ବିଶେଷ କରି ୧୯୭୭ ନିର୍ବାଚନରେ ଜନତା ପାର୍ଟିର ବିପୁଳ ବିଜୟ ପରେ ଏହି କଳିଙ୍ଗ ରଥ ଏକ କିମ୍ବଦନ୍ତୀ ପାଲଟି ଯାଇଥିଲା। ତେବେ ଯନ୍ତ୍ରପାତି ଅଭାବରୁ ଆଶୀ ଦଶକର ଶେଷ ବେଳକୁ ଗାଡିଟି ଅଚଳ ହୋଇ ପଡ଼ିଥିଲା। ସେ ସମୟରେ ଆମ୍ବାସଡାର କାର ରାଜନେତାଙ୍କର ପ୍ରିୟ ହୋଇ ଯାଇଥିଲା। କଳିଙ୍ଗ ରଥ ବାଟ ଛାଡି ଦେଇ ଥିଲା ଏକଧଳା ଆମ୍ବାସଡାରକୁ ବିଜୁବାବୁଙ୍କ ସେବା ପାଇଁ। ସେହି ଦିନଠୁ କଳିଙ୍ଗ ରଥ ପଡିଥିଲା ନବୀନ ନିବାସର ଏକ ପରିତ୍ୟକ୍ତ ଗ୍ୟାରେଜରେ।

ପୁରୁଣା ସୃତିକୁ ଭଲ ପାଉଥିବା ଏବଂ ତାହାକୁ ପୁନର୍ବାର ଆବେରୀ ନେବାକୁ ଭଲ ପାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହିଁଲେ ବାପାଙ୍କ ଏହି।ସ୍ମୃତିକୁ ପୁନର୍ଜୀବିତ କରିବାକୁ। କଳିଙ୍ଗ ରଥକୁ ମୁମ୍ବାଇ ପଠାଇ ମରାମତି କରିବା ସହ ନୂଆ ରୂପ ଦେଲେ।

ନୂଆରୂପ ନେଇ ଏବେ ନବୀନ ନିବାସ ଫେରିଛି କଳିଙ୍ଗ ରଥ। ରାସ୍ତା ଉପଯୋଗୀ ପ୍ରମାଣ ପତ୍ର ମିଳିବା ପରେ ଏହି ଅତ୍ୟାଧୁନିକ ସୁବିଧା ଥିବା କଳିଙ୍ଗ ରଥ ରାସ୍ତାକୁ ଆସିବ।

ଆଗାମୀ ୨୦୨୪ ନିର୍ବାଚନରେ ପୁଣି ଦେଖିବାକୁ ମିଳିବ କଳିଙ୍ଗ ରଥ। ହେଲେ ଏଥର ଆଗ ସିଟ୍ ରେ ଥିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ରଥାରୂଢ ହୋଇ ବାହାରିବେ ଦେଶରେ ନିରବଚ୍ଛିନ୍ନ ଭାବେ ମୁଖ୍ୟମନ୍ତ୍ରୀ ରହିବାର ଏକ ନୂଆ ରେକର୍ଡ ସୃଷ୍ଟି କରିବାର ଅଭିଯାନରେ।

Leave a Reply

Your email address will not be published. Required fields are marked *

Trending

Exit mobile version