ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଦେଶର ସର୍ବୋଚ୍ଚ ନିୟନ୍ତ୍ରଣକାରୀ ସଂସ୍ଥା ୟୁଜିସିର ଅଧ୍ୟକ୍ଷ ପଦ ଖୁବ ଶୀଘ୍ର ଖାଲି ହେବାକୁ ଯାଉଛି। ଗତ ୨୦୧୮ ଜାନୁଆରୀରେ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ପ୍ରଫେସର ଡି ପି ସିଂହଙ୍କ କାର୍ଯ୍ୟକାଳ ଜାନୁଆରୀରେ ସାରିବାକୁ ଯାଉଛି।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବର୍ତ୍ତମାନ ଅଧ୍ୟକ୍ଷ ପଦ ପାଇଁ ନୂଆ ଲୋକ ଖୋଜା ଚାଲିଛି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ଓଡ଼ିଆଙ୍କୁ ଏହି ପଦବୀରେ କରିବାକୁ ଚାହୁଁଛନ୍ତି। ମୋଦି ସରକାରରେ ପ୍ରଧାନଙ୍କ ଯେଉଁ ପ୍ରଭାବ ରହିଛି ସେଥିରେ ତାଙ୍କ ଇଚ୍ଛା ପ୍ରତିଫଳିତ ହେବ ଏଥିରେ ସନ୍ଦେହ ନାହିଁ।
ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଅନେକ ଓଡ଼ିଆ ଶିକ୍ଷାବିତ ଅଛନ୍ତି। ଏଣୁ ଏହି ପଦଵୀ ପାଇଁ ଜଣେ ଓଡ଼ିଆଙ୍କୁ ମନୋନୀତ କରିବାରେ ମନ୍ତ୍ରୀ ପ୍ରଧାନଙ୍କୁ ବିଶେଷ ଆସୁବିଧା ହେବ ନାହିଁ।