ପାରାଦ୍ୱୀପ ୭/୩ : ପାରାଦ୍ୱୀପ ବେଳାଭୂମୀରେ ଦେଖିବାକୁ ମିଳୁଛି ଶତାଧିକ ମୃତ ଅଲିଭ ରିଡଲେ କଇଁଚ । ମୃତ କଇଁଛ ଗୁଡିକକୁ କୁକୁର ଓ କାଉ ଖେଳାଇ ଖାଉଥିବା ବେଳେ ଦୁର୍ଗନ୍ଧ ଯୋଗୁଁ ବେଳାଭୁମୀରୁ ମୁହଁ ଫେରାଇ ନେଉଛନ୍ତି ପର୍ୟ୍ୟଟକ । କଇଁଛ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଏହାକୁ ନେଇ ମତ୍ସ୍ୟଜିବୀ ସଂଘ ଓ ବନ ବିଭାଗ ମଧ୍ୟରେ ବାକଯୁଦ୍ଧ ଲାଗିଛି ।
ବେଳାଭୂମୀରେ ମଲା କଇଁଛ । କାରଣ ଖୋଜୁଛି ବନବିଭାଗ । ପାରାଦ୍ୱୀପର ହନୁମାନ ମନ୍ଦିର ବେଳାଭୁମୀ ଠାରୁ ଜଟାଧାର ମୁହାଣ ପର୍ୟ୍ୟନ୍ତ ଶତାଧିକ ସଂଖ୍ୟାରେ ଅଲିଭ ରିଡଲେ୍ କଇଁଛ ମରି ପଡିଥିବାର ଦେଖିବାକୁ ମିଳିଛି । ମୃତ କଇଁଛ ଗୁଡିକକୁ ବୁଲା କୁକୁର ବିଭତ୍ସ ଭାବେ ଝୁଣି ଖାଉଥିବା ବେଳେ ବେଳାଭୂମୀ ପରିବେଶ ଦୁର୍ଗନ୍ଧରେ ଫାଟି ପଡୁଛି । ତେବେ ମୃତ କଇଁଛ ଗୁଡିକକୁ ପୋତା ଯାଉନଥିବାରୁ ବେଳାଭୂମୀକୁ ବୁଲିବାକୁ ଆସୁଥିବା ପର୍ୟ୍ୟଟକମାନେ ମୁହଁ ଫେରାଇ ଚାଲିଯାଉଛନ୍ତି । ଆଉ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶ ପ୍ରେମୀ ।