ଭୁବନେଶ୍ୱର ୨୬/୫ : ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରାରେ ଅସ୍ତବ୍ୟସ୍ତ ହୋଇଗଲାଣି ଜୀବନ । ଗତକାଲି ରାଜ୍ୟର ଦୁଇଟି ସହର ଟିଟିଲାଗଡ ଏବଂ ବଲାଙ୍ଗୀରରେ ତାପମାତ୍ରା ୪୬ ଡିଗ୍ରୀ ଉପରେ ରହିଥିଲା । ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସ୍ଥିତିକୁ ନଜରରେ ରଖି ୯ଟି ଜିଲ୍ଲାରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ ସମେତ ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୋଳ, ବରଗଡ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡାରେ ଏହି ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ଆସନ୍ତା ୪ଦିନ ଯାଏଁ ପ୍ରବଳ ତାତି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି ।