ଦେଶ ବିଦେଶ

୬୦୦୦ ଫୁଟ ଉଚ୍ଚରୁ ପଡି ଯବାନ ମୃତ୍

Published

on

ଆଗ୍ରା ୮/୩ : ଟ୍ରେନିଂ ଚାଲିଥିବା ସମୟରେ ପାଖାପାଖି ୬୦୦୦ ଫୁଟ୍ ଉଚ୍ଚରୁ ଜଣେ ଯବାନଙ୍କର ମୃତ୍ୟୁ ହୋଇଯାଇଛି । ୧୨ ମାସ ମଧ୍ୟରେ ପାରାଶୁଟ୍ ନ ଖୋଲିବା କାରଣରୁ ଏହା ହେଉଛି ତୃତୀୟ ମୃତ୍ୟୁ ।
ହିମାଚଳ ପ୍ରଦେଶ କାଂଗଡା ଜିଲ୍ଲାର ଅମିତ କୁମାର ଆଗ୍ରାରେ ପାରା ଟ୍ରାପିଂ ଟ୍ରେନିଂ ନେଉଥିଲେ । ଗୁରୁବାର ଦିନ ଅମିତ ଆକାଶରୁ ପ୍ରାୟତଃ ୬୦୦୦ ଫୁଟ୍ ଉପରୁ ଡେଇଁଥିଲେ । ତଳକୁ ଖସିବା ସମୟରେ ତାଙ୍କ ପାରାଶୁଟ୍ ଖୋଲିନଥିଲା । ଫଳରେ ଅମିତ କୁମାର ହେଲିକାପ୍ଟରରୁ ସିଧା ଆସି ମାଟିରେ ପିଟି ହୋଇଥିଲେ । ଏହି ଦୁର୍ଘଟଣାରେ ଅମିତ ଗୁରୁତର ଭାବେ ଆହାତ ହୋଇଥିଲେ । ସେନାର ଯବାନମାନଙ୍କ ଦ୍ୱାରା ତାଙ୍କୁ ସୈନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version