ଦେଶ ବିଦେଶ

୫୦ ହଜାର ଟଙ୍କା ପାଇଁ ଗ୍ରେନେଡ ହମଲା

Published

on

ଜାମ୍ମୁ ୮/୩ : ଗୁରୁବାର ଘଟଣା ପରେ ଗିରଫ ହୋଇଥିବା ଯୁବକଙ୍କୁ ଜେରା ପରେ ଏହି ତଥ୍ୟର ଖୁଲାସା ହୋଇଛି। ଘଟଣାର ଯାଞ୍ଚ କରୁଥିବା ଜାମ୍ମୁ ପୋଲିସ ଅଧିକାରୀଙ୍କୁ ମିଳିଥିବା ଦସ୍ତାବିଜରୁ ଜଣା ପଡ଼ିଛି ଯେ ଆରୋପି ନାବାଳକ।
ଅଧିକାରୀ କହିଛନ୍ତି ଯେ, ଜେରା ସମୟରେ ନାବାଳକ ପୋଲିସକୁ କହିଛି ଯେ, ହିଜବୁଲ ମୁଜାହିଦ୍ଦୀନର ଆତଙ୍କୀ ତାକୁ ଗ୍ରେନେଡ ଫିଙ୍ଗିବା ପାଇଁ ୫୦ ହଜାର ଟଙ୍କା ଦେଇଥିଲେ। ଆଧାରକାର୍ଡ ଓ ସ୍କୁଲ ରେକର୍ଡକୁ ଜଣା ପଡ଼ିଛି ଯେ, ଆରୋପିର ଜନ୍ମ ତାରିଖ ୨୦୦୩ ମାର୍ଚ୍ଚ ୧୨। ଅର୍ଥାତ ଆରୋପି ବୟସ ପାଖାପାଖି ୧୬ ବର୍ଷ ହେବ।
ତଦନ୍ତରୁ ଜଣା ପଡ଼ିଛି ଯେ, ହିଜବୁଲ କମାଣ୍ଡର ଫୈୟାଜ ଜାମ୍ମୁର କୌଣସି ଜନଗହଳିପୂର୍ଣ୍ଣ ସ୍ଥାନରେ ହମଲା କରିବାର ଦାୟିତ୍ଵ ଆତଙ୍କୀ ସଂଗଠନର ଓଭର ଗ୍ରାଉଣ୍ଡ କର୍ମୀ ମୁଜମିଲକୁ ଦେଇଥିଲା। ମାତ୍ର ମୁଜମିଲ ଏହି କାମ କରିବାକୁ ମନା କରି ଏହାର ଦାୟିତ୍ଵ ଆରୋପିକୁ ଦେବାକୁ କହିଥିଲା।
ପୋଲିସ ଅଧିକାରୀ କହିଛନ୍ତି ଯେ, ବିସ୍ଫୋରଣର ଆରୋପି ନିଜର ତିନି ଭାଇ ଭଉଣୀଙ୍କ ମଧ୍ୟରେ ବଡ଼। ସେ ନବମ ଶ୍ରେଣୀରେ ପଢୁଛି ଏବଂ ତାର ପିତା ଜଣେ ଚିତ୍ରକର। ଉଲ୍ଲେଖଯୋଗ୍ୟ, ଗୁରୁବାର ଜାମ୍ମୁ ବସ ଷ୍ଟାଣ୍ଡରେ ହୋଇଥିବା ଗ୍ରେନେଡ ହମଲା ପରେ ଆରୋପି ନାବାଳକକୁ ପୋଲିସ ଗିରଫ କରିଥିଲା। ଏହି ହମଲାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣରୁ ଅଧିକ ଲୋକ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version