କେନ୍ଦୁଝର, ୧୪/୬ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଭଲିବସା ଗାଁରେ ଏକ ଘର ଭିତରୁ ଜଣେ ପରିବାରର ୪ଜଣଙ୍କ ମୃତଦେହ ଠାବ ହୋଇଛି । ମୃତକଙ୍କ ମଧ୍ୟରେ ବାପା ସହ ୩ ନାବାଳିକା ଝିଅଙ୍କର ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡି ରହିଛି ।
ସୂଚନାଯୋଗ୍ୟ, ଆଜି ରଜ ଭଳି ଏକ ଗଣପର୍ବରେ ସମସ୍ତେ ଉତ୍ସବରେ ମସଗୁଲ ଥିବା ସମୟରେ ଆନନ୍ଦପୁର ଥାନା ଭଲିବସା ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଏକ ଘର ଭିତରୁ ଠାବ କରାଯାଇଛି । ଦୁର୍ଗା ସିଦ୍ଧୁ ନାମକ ଜଣେ ବ୍ୟକ୍ତି ତାଙ୍କର ପତ୍ନୀଙ୍କ ମୃତ୍ୟୁବରଣ କରିବା ପରେ ମାନସିକ ଭାରସାମ୍ୟ ହରାଇଥିଲେ । ସ୍ତ୍ରୀଙ୍କ ପରେ ଦୁର୍ଗା ନିଜର ତିନି ଝିଅଙ୍କୁ ଲାଳନ ପାଳନ କରୁଥିଲେ । କିନ୍ତୁ ଆକସ୍ମିକ ଭାବରେ ଆଜି ତାଙ୍କର ତିନି ଝିଅଙ୍କୁ ଏକ ବାଉଁଶ ବାଡିରେ ନିର୍ମମ ଭାବେ ପିଟିପିଟି ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।