ଭୁବନେଶ୍ୱର ୧/୬ : ଜୁନ ୩ ଦିନ ୧୨ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନରେ ଦିନ ୧୨ଟାରେ ପ୍ରକାଶ ପାଇବ ରେଜଲ୍ଟ । ଚଳିତବର୍ଷ ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଫଳ ୱେବସାଇଟରେ ଦିନ ୧୨ଟାରୁ ରେଜଲ୍ଟ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ନିଜର ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ନିଜର ପରୀକ୍ଷା ଫଳ ପାଇପାରିବେ ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଦୁଇଟି ପର୍ୟ୍ୟାୟରେ ଯୁକ୍ତ ଦୁଇ ଖାତା ଦେଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।
ପ୍ରଥମ ପର୍ୟ୍ୟାୟରେ ଅପ୍ରେଲ ୮ରୁ ୨୨ ଓ ଦ୍ୱୀତିୟ ପର୍ୟ୍ୟାୟରେ ଅପ୍ରେଲ ୨୩ରୁ ମେ ୬ ତାରିଖ ପର୍ୟ୍ୟନ୍ତ ଦିନ ଧାର୍ୟ୍ୟ କରାଯାଇଥିଲା । କିନ୍ତୁ ବାତ୍ୟା ଫୋନୀ ପ୍ରଭାବ ଲାଗି ଖାତା ଦେଖାରେ ବହୁ ବିଳମ୍ବ ହୋଇଥିଲା । ରାଜ୍ୟରେ ହୋଇଥିବା ମୋଟ ୫୮ଟି ମାନୁଆଲ ଓ ୩୬ଟି ଇ ମୂଲ୍ୟାୟନ କେନ୍ଦ୍ରରେ ବାତ୍ୟା ପରବର୍ତ୍ତୀ ଅବହେଳା ଦେଖାଯାଇଥିଲା । ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ବାତ୍ୟା ପରବର୍ତୀ ସମୟରେ ଅନୁପସ୍ଥିତ ରହିଥିଲେ, ସେଥପାଇଁ ଫଳ ବାହାରିବାରେ ବିଳମ୍ବ ହୋଇଥିଲା ।