ରାଜ୍ୟ

୨ ତାରିଖ ପର‌୍ୟ୍ୟନ୍ତ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼

Published

on

ପୁରୀ ୧୮/୬ : ମହାପ୍ରଭୁଙ୍କ ଅଣସର ବେଳର ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ ବିଜେ କରାଯାଇଛି। ଅଣସର ତାଟି ସମ୍ମୁଖରେ ପଟିଦିଅଁ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି। ଆଜିଠାରୁ ଭକ୍ତମାନେ ଏହି ପଟିଦିଅଁଙ୍କୁ ଦର୍ଶନ କରିବେ।
ପ୍ରଭୁ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ମା’ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ବରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶ୍ରୀନାରାୟଣ ଅଧିଷ୍ଠିତ ହେବେ। ପଟିଦିଅଁଙ୍କୁ ଭକ୍ତମାନେ ଦଶ ଅବତାର ଭାବେ ବିବେଚନା କରିଥାନ୍ତି। ପଟିଦିଅଁ ବାସୁଦେବଙ୍କ ସହିତ ଦୋଳଗୋବିନ୍ଦ, ରାମ-ନୃସିଂହ, ଭୁବନେଶ୍ବରୀଙ୍କ ପାର୍ଶ୍ବରେ ଭୂଦେବୀ, ଶ୍ରୀଦେବୀ, ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ ଶ୍ରୀକୃଷ୍ଣ ବିଜେ କରିବାର ପରମ୍ପରା ରହିଛି। କିମ୍ବଦନ୍ତୀ ମୁତାବକ, ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ଭାବେ ଭକ୍ତ ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠକୁ ଦର୍ଶନ ପାଇଁ ଯାଇଥାନ୍ତି। ସେଠାରେ ମହାପ୍ରଭୁ ବିଜେ କରିଥାନ୍ତି ବୋଲି ବିଶ୍ବାସ କରାଯାଏ। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପର‌୍ୟ୍ୟନ୍ତ ଅର୍ଥାତ ଆଜିଠାରୁ ଜୁଲାଇ ୨ ତାରିଖ ପର‌୍ୟ୍ୟନ୍ତ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ସମାଗମ ହେବ।

Leave a Reply

Your email address will not be published. Required fields are marked *

Trending

Exit mobile version