ଭୁବନେଶ୍ୱର ୨୧/୫ : ୨୩ ତାରିଖରେ ୧୪୬ ବିଧାନସଭା ଓ ୨୧ ଲୋକସଭା ଆସନରେ ମତଗଣନା ହେବ । ୬୩ଟି କେନ୍ଦ୍ରରେ ଭୋଟ ଗଣତି ହେବା ନେଇ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ସକାଳ ୮ଟାରୁ ମତଗଣନା ଆରମ୍ଭ ହେବ । ୬ ହଜାରରୁ ଅଧିକ କର୍ମଚାରୀ ଭୋଟ ଗଣତିରେ ସାମିଲ ହେବେ । ଗତ ଥର ଅପେକ୍ଷା ଚଳିତ ଥର ୧୭୬୧ଟି ବୁଥ ବଢିଛି ।୭ଟି ଲେଖାଁଏ ଟେବୁଲରେ ଭୋଟ ଗଣତି ହେବ । ଗୋଟିଏ ଟେବୁଲରେ ୩ ଜଣ ଲେଖାଁଏ ରହିବ । ସ୍ୱଚ୍ଛତା ଏବଂ ପାରଦର୍ଶୀତାକୁ ଅବଲମ୍ବଲ କରି ନିର୍ବାଚନ ଆୟୋଗ କହିଛନ୍ତି କି, ପ୍ରତି ଟେବୁଲରେ ଗୋଟିଏ ମାଇକ୍ରୋ ଅବଜରଭର ନିୟୋଜିତ ହେବେ । ଯଦ୍ୱାରା ଭୋଟ ଗଣତିରେ କୌଣସି ଭୁଲ ଭଟକା ହେବ ନାହିଁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
ଆୟୋଗର ନିର୍ଦ୍ଦେଶ ଅନୁସାରେ, ଗୋଟିଏ କାଉଂଟିଂ ହଲରେ ସର୍ବାଧିକ ୧୪ଟି ଟେବୁଲ ହୁଏ । ତା ସାଙ୍ଗରେ ଗୋଟିଏ ସେଂଟ୍ରାଲ ଟେବୁଲ ମଧ୍ୟ ନିୟୋଜିତ ହୋଇଥାଏ । ଯେଉଁଥିରେ ରିଟର୍ଣ୍ଣି ଅଫିସର ବସି ତାଙ୍କ ଏଜେଂଟ ସହ ବସି ପୋଷ୍ଟାଲ୍ ବାଲାଟ୍ ଭୋଟ୍ କାଉଂଟିଂ କରିଥାନ୍ତି । ଏଭଳି ଭାବରେ ଗୋଟିଏ କାଉଂଟିଂ ହଲରେ ୧୫ଟି ଟେବୁଲ ନିୟୋଜିତ କରାଯାଇଥାଏ । ସେହିପରି ସମ୍ବଲପୁରରେ ସର୍ବନିମ୍ନ ଭୋଟ ଗଣତି ରାଉଣ୍ଡ ହୋଇଥିବାରୁ ଆଗ ରେଜଲ୍ଟ ଆସିପାରେ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । କାହିଁକି ନା ସମ୍ବଲପୁରରେ ସର୍ବନିମ୍ନ ୧୯ ରାଉଣ୍ଡ ଗଣତି ହେବ । ପାଟଣାଗଡ଼ରେ ସର୍ବାଧିକ ୪୯ ରାଉଣ୍ଡ ଗଣତି କରାଯିବ ।