ଭୁବନେଶ୍ୱର ୧୩/୩ : ଆସନ୍ତା ୧୫ ତାରିଖରେ ଦିନିକିଆ ବରଗଡ ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବାରମ୍ବାର ବାତିଲ ହେବା ପରେ ରାହୁଲ ଗାନ୍ଧୀଙ୍କ ବରଗଡ଼ ଗସ୍ତ ଚୂଡ଼ାନ୍ତ ହୋଇଛି। ତେବେ ଆସନ୍ତା ୧୫ ତାରିଖ ରାହୁଲ ବରଗଡ଼ ଆସିବେ। ସହର ଉପକଣ୍ଠସ୍ଥ ସରସରା ପଡ଼ିଆଠାରେ ସେ ସାଧାରଣ ସଭାକୁ ଉଦବୋଧନ ଦେବା କାର୍ୟ୍ୟକ୍ରମ ରହିଛି।
ଏପ୍ରିଲ ୧୮ ତାରିଖ ରାଜ୍ୟର ୫ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ । ସେଥିମଧ୍ୟରୁ ବରଗଡ ସଂସଦୀୟ କ୍ଷେତ୍ରକୁ ଦୃଷ୍ଟିରେ ରଖି ପୁଣି କଂଗ୍ରେସ ହାଇକମାଣ୍ଡା ଗସ୍ତ କରୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।