ୟୁପି ୩/୬ : ୟୁପିରେ ଏସପି-ବିଏସପି ଶୋଚନୀୟ ଭାବରେ ପରାଜୟ ବରଣ କରିବା ପରେ ଏବେ ଦଳରେ ଅସନ୍ତୋଷଜନକ ପରିସ୍ଥିତି ସୃଷ୍ଟି ହୋଇଛି । ରାଜଧାନୀ ଦିଲ୍ଲୀରେ ସୋମବାର ହୋଇଥିବା ବିଏସପି ବୈଠକ ପରେ ମାୟାବତୀ ପରାଜୟର କାରଣ ସମୀକ୍ଷା କରିଛନ୍ତି ଏବଂ କହିଛନ୍ତି କି, ୟୁପିରେ ମହାମେଂଟର କୌଣସୀ ଲାଭ ମିଳି ନାହିଁ । ଯାଦବମାନଙ୍କ ଭୋଟ ବିଏସପିକୁ ସ୍ଥାନାନ୍ତରିତ ହୋଇ ନାହିଁ । ତେଣୁ ମାୟାବତୀ ଏଥର ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ୧୧ଟି ବିଧାନସଭା ଆସନରୁ ଏକା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି ।
ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ଏସପି, ବିଏସପି ଏବଂ ଆରଏଲଡି ମଧ୍ୟରେ ହୋଇଥିବା ମହାମେଂଟ ପାଇଁ ଜୋରଶୋରରେ ପ୍ରସ୍ତୁତି ଚାଲିଥିଲା । ଏହି ତିନୋଟି ଦଳ ୟୁପିରେ ୩୦ରୁ ଅଧିକ ଆସନରେ ନିର୍ବାଚନ ଜିତିବେ ବୋଲି ଦାବୀ କରିଥିଲେ । କିନ୍ତୁ ଏଥର ନିର୍ବାଚନର ଫଳାଫଳ ଆଶାନୁରୂପକ ଆସି ନଥିଲା । ବିଏସପିକୁ କେବଳ ୧୦ଟି ଆସନ ମିଳିଥିବା ବେଳେ ଏସପିକୁ ୫ ଆସନ ମିଳିଥିଲା । କିନ୍ତୁ ବିଜେପିକୁ ୬୪ଟି ଆସନ ମିଳିଥିଲା । ଏଥର ନିର୍ବାଚନରେ ବିଏସପି ୩୮, ଏସପି ୩୭ ଏବଂ ଆରଏଲଡି ୩ଟି ଆସନରୁ ମିଶି ନିର୍ବାଚନ ଲଢିଥିଲେ ଏବଂ ଅମେଠି ଓ ରାୟବରେଲି କଂଗ୍ରେସ ପାଇଁ ଛାଡି ଦିଆଯାଇଥିଲା ।
ଏବେ ରାଜ୍ୟରେ ଏଭଳି ରାଜନୈତିକି ସ୍ଥିତି ଦେଖି ମନେ ହେଉଛି ଖୁବ୍ ଶୀଘ୍ର ମହାମେଂଟ ଭାଙ୍ଗିଯିବ ।