ରାଜ୍ୟ

୧୦ଟଙ୍କାରେ ଦେଢ଼ କିଲୋରୁ ତିନି କିଲୋ ଟମାଟୋ

Published

on

ଅନୁଗୁଳୁ ୧/୨ : ଟମାଟୋ ବିକ୍ରିର କୁପ୍ରଭାବ ପଡ଼ିଛି ଗତକାଲି ଅନୁଗୁଳ ଗୁରୁବାର ହାଟରେ । ଆରମ୍ଭରୁ କେଜିକୁ ୫ଟଙ୍କାରେ ବିକ୍ରିବଟା ଚାଲିଥିଲା । ବେପାରି ମୂଳରୁ ଯାହା କିଛି ଲାଭ ଗୋଟାଇଥିଲେ । କିନ୍ତୁ ମଝିରେ ହଠାତ୍ ମାର୍କେଟ୍‌ରେ ଗଦେଇ ହୋଇଥିଲା ଟ୍ରେ ଟ୍ରେ ବିଲାତି । ଫଳତଃ ଚାହିଦାଠୁ ଯୋଗାଣ ବହୁ ଗୁଣ ଅଧିକ ହୋଇ ପଡ଼ିଥିଲା । ଯଚାଯଚି ସ୍ଥିତି ଉପୁଜିଥିଲା । ୫ଟଙ୍କାର ଦାମ୍‌ ସିଧା ଖସିଥିଲା ତଳକୁ । ୧୦ଟଙ୍କାରେ ଦେଢ଼ କିଲୋରୁ ତିନି କିଲୋ, ଶେଷରେ ୩ଟଙ୍କାର ହାତ ଟେକା ଦର ସତ୍ତ୍ବେ ମୁହଁ ଫେରାଇଥିଲେ ଖାଉଟି ।
ଚାଷୀଙ୍କୁ ବିଲାତି ଏବେ କନ୍ଦାଉଥିବା ବେଳେ ରାଜଧାନୀ ଭୁବନେଶ୍ବର ଏବଂ କଳିଙ୍ଗ ନଗର ଭଳି ମା‌ର୍କେଟ୍‌ରେ ବିଲାତିକୁ ଭଲ ନ୍ୟାୟ ମିଳିଛି । ଅନୁଗୁଳ ହାଟରେ ଯେଉଁଠି ବିଲାତି କେଜି ୩ଟଙ୍କାରେ ଯଚାଯଚି, ସେଇଠି ଭୁବନେଶ୍ବର ୧ନମ୍ବର ନମ୍ବର ମାର୍କେଟ୍‌ରେ କେଜିକୁ ୧୦ରୁ ୧୫ଟଙ୍କା ଦରଦାମ୍‌ କେବଳ ଓଡ଼ିଶାର ଗାଁ ଓ ସହର ମଧ୍ୟରେ ଥିବା ଚାହିଦା ବୈଷମ୍ୟତାକୁ ପଦାରେ ପକାଉ ନାହିଁ, ବରଂ ରାଜଧାନୀରେ ଅନୁଗୁଳ ମାଲ୍‌ର ଅପହଞ୍ଚ ପାଇଁ ଅନୁଗୁଳ ଜିଲ୍ଲାର ଶହ ଶହ ଚାଷୀଙ୍କୁ କେତେ କ୍ଷତି ସହିବାକୁ ପଡ଼ୁଛି ତାହା ଉଭୟ ମାର୍କେଟ୍‌ର ତୁଳନାତ୍ମକ ଦର ପ୍ରମାଣିତ କରି ଦେଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version