ଭୁବନେଶ୍ୱର ୩୦/୧ : ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ବିଧାନସଭା ସ୍ୱାଧିକାର କମିଟିରୁ ଇସ୍ତଫା ଦେଇଛନ୍ତି । ଓଟିଭି ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡାଙ୍କୁ ସମନ କରାଯିବା ଘଟଣାର ପ୍ରତିବାଦରେ ସେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର ଜଣେ ପ୍ରତିଷ୍ଠିତ ମହିଳା ଉଦ୍ୟୋଗପତିଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ ସ୍ୱାଧିକାର କମିଟି ନିକଟରେ ହାଜର ହେବାପାଇଁ ନୋଟିସ ପ୍ରଦାନ କରାଯିବା ଆଦୋ÷ ସମୀଚିନ ନୁହେଁ ।