Nation

ସ୍ତ୍ରୀଙ୍କ ନାଁରେ ବି ଗୁହାରୀ କରିବା ନେଇ ସରକାରୀ ବାବୁଙ୍କ ଉପରେ କଟକଣା

Published

on

ନୂଆଦିଲ୍ଲୀ: ସରକାରୀ ବାବୁ ଉପରିସ୍ଥ ଅଫିସରଙ୍କୁ ଗୁହାରୀ ଜଣାଇବାକୁ ହେଲେ ତାହା ଉପଯୁକ୍ତ ମାଧ୍ୟମରେ ପଠାଇବାର ନିୟମ ରହିଛି। ହେଲେ ସମ୍ପ୍ରତି କେନ୍ଦ୍ର ସରକାରଙ୍କ ଅନେକ କର୍ମଚାରୀ ଓ ଅଫିସର ଏହାକୁ ମନୁ ନାହାନ୍ତି। ସିଧାସଳଖ ଉପରିସ୍ଥ ଅଫିସରଙ୍କୁ ନିବେଦନ ପତ୍ର ପଠାଇ ଦେଉଛନ୍ତି। କେତକ ସ୍ଥଳରେ ବାବୁମାନେ ସିଧାସଳଖ ମନ୍ତ୍ରୀଙ୍କ ପାଖକୁ ପଠାଇ ଦେଉଛନ୍ତି। କେତେକ ସାଂସଦଙ୍କ ସୁପାରିଶ ସହିତ ନିବେଦନ ପତ୍ର ପଠାଉଛନ୍ତି।

କିଛି ଚତୁର କର୍ମଚାରୀ ଓ ଅଫିସର ନିଜ ନିଜର ସ୍ତ୍ରୀଙ୍କ ନାଁରେ ନିବେଦନ ପତ୍ର ସିଧାସଳଖ ପଠାଇ ଦେଉଛନ୍ତି।

ସରକାରୀ ବାବୁମାନଙ୍କ ଏହି ବିଶୃଙ୍ଖଳିତ ଆଚରଣ ଉପରେ ବିରକ୍ତି ପ୍ରକାଶ କରି କେନ୍ଦ୍ର ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ନିବେଦନ ପତ୍ର ସିଧାସଳଖ ପଠାଇଲେ ଏଣିକି ସର୍ଭିସ ରୁଲ ହିସାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲେ ସରକାର ଚେତାବନୀ ଦେଇଛନ୍ତି। କେବଳ ସେତିକି ନୁହଁ ବାବୁଙ୍କ ସ୍ତ୍ରୀ ବା ପିଲାଛୁଆଙ୍କ ନାଁ ରେ ବି ସିଧାସଳଖ ନିବେଦନ ପତ୍ର ମିଳିଲେ ସଂପୃକ୍ତ କର୍ମଚାରୀ ବା ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ତାଗିଦ କରିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version