ନୂଆପଡା ୭/୩ : ଖଡିଆଳ ଥାନା ସୁନାରୀସିକୁଆଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ସ୍ତ୍ରୀ ଲୋକଙ୍କୁ ତାଙ୍କ ସ୍ୱାମୀ ଟାଙ୍ଗିଆରେ ହାଣି ନିର୍ମମ ଭାବରେ ହତ୍ୟା କରିଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ଏବେ ଅସ୍ପଷ୍ଟ ରହିଛି ।ସୂଚନାଯୋଗ୍ୟ, ନୂଆପଡା ଖଡିଆଳ ଥାନା ଅନ୍ତର୍ଗତ ସୁନାରୀସିକୁଆଁ ଗ୍ରାମରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ହତ୍ୟାକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ପାରିବାରିକ କଳହ କାରଣରୁ ହତ୍ୟା ହୋଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ଖଡିଆଳ ପୁଲିସ ସେଠାରେ ପହଂଚି ତନାଘନା ଆରମ୍ଭ କରିଛି ।