ଅପରାଧ

ସ୍ତ୍ରୀକୁ ହତ୍ୟା କଲା ପରେ ସ୍ୱାମୀର ଆତ୍ମସମର୍ପଣ

Published

on

କୁଚିଣ୍ଡା ୨/୩ : କୁଚିଣ୍ଡା ଲେଦିମହୁଲା ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡ ଭିଆଇଲା ପରେ ଅଭିଯୁକ୍ତ ସ୍ୱାମୀ ଆଜି କୁଚିଣ୍ଡା ଥାନାରେ ଆତ୍ମସମର୍ପଣ କରିଛି ।
ସମ୍ବଲପୁର ଯମନକିରା ଥାନା ଲେଦିମହୁଲା ଗାଁରେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପିଟିପିଟ ହତ୍ୟା କରିଛି । ଗତକାଲି ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ଜଣଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଝଗଡା ଏତେ ମାତ୍ରାରେ ବଢିଯାଇଥିଲା କି ଶେଷରେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲା । ଏହାପରେ ଥାନାରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଖୋଜିବାରେ ଲାଗିଥିବା ବେଳେ ଆଜି ଅଭିଯୁକ୍ତ ନିଜର ଭୁଲ ମାନି ଥାନାରେ ଆତ୍ମସମର୍ପଣ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version