ନୂଆଦିଲ୍ଲୀ:ଏବେ କାରୋନା ମହାମାରୀର ବେଳ। ଯେତେ ଦୂରତା ସେତେ ଭଲ ।
ଏହି ନିୟମକୁ ମାନି ସୁପ୍ରିମକୋର୍ଟର ବାର ଏସୋସିଏସନ ବିଚାରପତି ଦୀପକ ଗୁପ୍ତାଙ୍କ ବିଦାୟକାଳୀନ ସଭାର ଆୟୋଜନ ଭିଡ଼ିଓ କଂଫେରେନ୍ସ ମାଧ୍ୟମରେ କରିଥିଲେ।
ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଉତ୍ତରରେ ବିଚାରପତି ଗୁପ୍ତା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସାଥି ବିଚାରପତି, ସୁପ୍ରିମକୋର୍ଟର ଅଧିକାରୀ ଓ କର୍ମଚାରୀ ଏବଂ ସର୍ବୋପରି ଓକିଲମାନକୁ ସେମାନଙ୍କର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।
ତେବେ ଏହି ଭାଷଣ ଦେବାବେଳେ ସେ ତାଙ୍କ ଧର୍ମପତ୍ନୀ ପୁନମ ଗୁପ୍ତାଙ୍କ କଥା ଭୁଲିନଥିଲେ। ବିଚାରପତି ଗୁପ୍ତା ତାଙ୍କ ସ୍ତ୍ରୀଙ୍କୁ ଗଭୀର ଶ୍ରଦ୍ଧା ଜ୍ଞାପନ କରିଥିଲେ।
“ଲକଡାଉନ ଯୋଗୁଁ ମୋର ରୂପ ଯାହା ହୋଇଥିଲା ମୁଁ ଭାବୁଥିଲି ମୁଁ ଏ ସଭାରେ କେମିତି ଯୋଗ ଦେବି। ହେଲେ ମୋ ଧର୍ମପତ୍ନୀଙ୍କୁ ଧନ୍ୟବାଦ ଦେବି ସେ ମୋତେ ଏହି ସଭା ପାଇଁ ପ୍ରସ୍ତୁତ କରି ଦେଇ ପାରିଲେ। ସେ ମୋର ଚୁଟି କାଟି ମୋର କେଶକୁ ସାଇଜ କରିଦେଲେ । ତା ନହୋଇଥିଲେ ଏହି ଭିଡ଼ିଓ କଂଫେରେନ୍ସ ରେ ଆପଣମାନେ ମୋତେ ଦେଖି ଚିହ୍ନି ପାରି ନଥାନ୍ତେ ।”