ନୂଆଦିଲ୍ଲୀ ୧୬/୫ : ଆଜି ସୁପ୍ରିମକୋର୍ଟ ପକ୍ଷରୁ ଆର୍ଥିକ ଅନର୍ଗସର ବର୍ଗଙ୍କ ପାଇଁ ସିଟିଇଟିରେ ସଂରକ୍ଷଣ ଉପରେ ନୋଟିସ ଜାରି କରାଯାଇଛି । କେନ୍ଦ୍ରୀୟ ଶିକ୍ଷକତା ମାନ୍ୟତା ପରୀକ୍ଷା (ସିଟିଇଟି)ରେ ଆର୍ଥିକ ଅନର୍ଗସର ବର୍ଗଙ୍କ ପାଇଁ ୧୦ପ୍ରତିଶତ ସଂରକ୍ଷଣ ନେଇ ସରକାରଙ୍କ ଦ୍ୱାରା ଯାଚିକା ଦାଖଲ କରାଯାଇଥିଲା । ତାହାର ଆଜି ଶୁଣାଣୀ କରାଯାଇ ସୁପ୍ରିମକୋର୍ଟ ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି । ସିଟିଇଟିରେ ବର୍ତ୍ତମାନ ସୁଦ୍ଧା ଆର୍ଥିକ ଅନର୍ଗସର ବର୍ଗଙ୍କ ପାଇଁ ୧୦ପ୍ରତିଶତ ସିଟ ସଂରକ୍ଷଣ ସାମିଲ କରାଯାଇନାହିଁ । ତେଣୁ କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ ନୋଟିସରେ କୁହାଯାଇଛି ।