ଭୁବନେଶ୍ୱର: ସିଡବି ବ୍ୟାଙ୍କର ସହରସ୍ଥିତ ସ୍ୱାବଲମ୍ବନ ଟ୍ରେନିଂ ସେଣ୍ଟର ହେବ କୋଭିଡ଼ କ୍ୱାରାଣ୍ଟନ ସେଣ୍ଟର।
ସିଡ଼ବି ବ୍ୟାଙ୍କ ତାହାର ଏହି ସେଣ୍ଟରକୁ କୋଭିଡ଼ ଭଳି ମହାମାରୀ ବିରୁଦ୍ଧରେ ଉପଯୋଗ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି । ଏହି ଭିତ୍ତିଭୂମିକୁ କୋଭିଡ଼ କ୍ୱାରାଣ୍ଟନ ସେଣ୍ଟର ଅଥବା ସେହିଭଳି କୌଣସି କାର୍ଯ୍ୟରେ ଲଗାଇବାକୁ ବ୍ୟାଙ୍କର ଅଧକ୍ଷ ତଥା ପରିଚଳନା ନିର୍ଦ୍ଦେଶକ ମହମ୍ମଦ ମୁସ୍ତାଫା ଓଡିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ।