ଗାନ୍ଧୀନଗର ୨୫/୧ : କେନ୍ଦ୍ର ସରକାର ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ବିଲ ଆଣିବା ପରେ ପ୍ରଥମ ରାଜ୍ୟ ଭାବେ ଗୁଜରାଟ ଏହାକୁ ଲାଗୁ କରିବା ପାଇଁ ଘୋଷଣା କରିଥିଲା । ତେବେ ଏହି ସୁବିଧା ପାଇବା ପାଇଁ ଗୁଜରାଟ ସରକାର ଏକ ସର୍ତ୍ତ ରଖିଛନ୍ତି । ଏ ସମ୍ପର୍କରେ ଘୋଷଣା କରି ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ କହିଛନ୍ତି ଯେ, ଯେଉଁମାନେ ୧୯୭୮ ପୂର୍ବରୁ ଗୁଜରାଟରେ ବସବାସ କରୁଥିବେ ସେଇମାନେ ହିଁ ଏହି ସଂରକ୍ଷଣ ସୁବିଧା ପାଇବେ । ୧୯୭୮ ପରେ ଗୁଜରାଟରେ ଆସି ବସବାସ କରିଥିବା ଅନ୍ୟ ରାଜ୍ୟର ଲୋକମାନଙ୍କୁ ଏହି ସଂରକ୍ଷଣ ସୁବିଧା ମିଳିବ ନାହିଁ ବୋଲି ଶ୍ରୀ ପଟେଲ ସ୍ପଷ୍ଟ କରିଦେଇଛନ୍ତି ।