କନ୍ଧମାଳ : ରାଜ୍ୟରେ ସର୍ପାଘାତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି ସାପ କାମୁଡାରେ ମା ଓ ପୁଅ ମୃତ୍ୟୁ ବରଣ କରିଛନ୍ତି । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କଞ୍ଜାମେଣ୍ଡି ପଞ୍ଚାୟତ ଟପାର ଗାଁରେ । ମୃତକ ମା’ ହେଲେ ରାଜଲକ୍ଷ୍ମୀ ମଲ୍ଲିକ ଓ ପୁଅ ଆଦିତ୍ୟ । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି । ସୂଚନା ଅନୁସାରେ ମା’ ପୁଅ ରାତିରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡିଥିଲା । ପ୍ରଥମେ ପୁଅଙ୍କ ମୃତ୍ୟୁ ହୋଇଥିଲା ପରେ ମା’କୁ ଗୁରୁତ୍ୱର ଅବସ୍ଥାରେ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ମେ ପ୍ରାଣ ହରାଇଥିଲେ । ଗତକାଲି ରାଜ୍ୟରେ ବିଭିନ୍ନ ସ୍ଥାନରେ ସାପ କାମୁଡାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।