ଭୁବନେଶ୍ୱର ୨୩/୧ : ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାରେ ବିଜୁ ଆଇଟି କେନ୍ଦ୍ର ଖୋଲାଯିବ । ଆଜି ଭୁବନେଶ୍ୱରସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ଅନୁଷ୍ଠିତ ଆଇଟି ସମ୍ମିଳନୀରେ ଏହା ଘୋଷଣା କରାଯାଇଛି । ଏଥିରେ ବିଭିନ୍ନ କଲେଜର ୩୦୦ରୁ ଉଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ ।