ରାଜନୀତି

ସପ୍ତମ ପର‌୍ୟ୍ୟାୟ ମତଦାନ : ପଶ୍ଚିମବଙ୍ଗରେ ମୁତୟନ ହେବେ ୭୧୦ କମ୍ପାନୀର ସୁରକ୍ଷା ବଳ

Published

on

ପଶ୍ଚିମବଙ୍ଗ ୧୭/୫ : ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷା ବଳୟ ଭିରେ ହେବ ସପ୍ତମ ପର‌୍ୟ୍ୟାୟ ମତଦାନ । ରାଜ୍ୟରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଏପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପଶ୍ଚିମବଙ୍ଗରେ ସପ୍ତମ ତଥା ଅନ୍ତିମ ପର‌୍ୟ୍ୟାୟ ଲୋକସଭା ନିର୍ବାଚନ ଲାଗି ୭୧୦ କମ୍ପାନି ନିରାପତ୍ତା କର୍ମଚାରୀ ମୁତୟନ କରାଯିବା କଥା ଗୁରୁବାର ଦିନ ନିର୍ବାଚନ କମିସନ ଘୋଷଣା କରିଛନ୍ତି । ନିର୍ବାଚନ କମିସନଙ୍କ ଆଦେଶକ୍ରମେ ଦେଶରେ ପ୍ରଥମ ଥର ପାଇଁ ନିର୍ଦ୍ଧାରିତ ସମୟର ୨୦ ଘଣ୍ଟା ପୂର୍ବରୁ ରାଜ୍ୟର ନଅଟି ଆସନ ପାଇଁ ପ୍ରଚାର ଅଭିଯାନ ଶେଷ ହୋଇଛି। ନିର୍ବାଚନ କମିସନ ସ୍ଥିର କରିଛନ୍ତି କି, ଇଭିଏମ୍ ଜଗିବାକୁ ଷ୍ଟ୍ରଙ୍ଗ୍ରୁମ୍ ଗୁଡ଼ିକରେ ୩୪ କମ୍ପାନି କେନ୍ଦ୍ରୀୟ ବଳ ମୁତୟନ କରାଯିବ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବାକି ୬୭୬ କମ୍ପାନିର ନିରାପତ୍ତା ବଳ ମୁତୟନ କରାଯିବ।

Leave a Reply

Your email address will not be published. Required fields are marked *

Trending

Exit mobile version