ଭୁବନେଶ୍ୱର: ସଟଡାଉନ ଓ ରାତ୍ରି କର୍ଫ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଛନ୍ତି।
ରାଜ୍ୟବାସୀଙ୍କ ଉଦେଶ୍ୟରେ ଗୁରୁବାର ସନ୍ଧ୍ୟାରେ ଏକ ଭିଡ଼ିଓ ବାର୍ତା ଜାରିକରି ମୁଖ୍ୟମନ୍ତ୍ରୀ କହିଛନ୍ତି, ” କରୋନା ବିରୁଦ୍ଧରେ ଆମର ଏହି ଯୁଦ୍ଧ ପାଇଁ ଜୁନ ମାସଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟକୁ ପ୍ରାୟ ୫ ଲକ୍ଷ ପ୍ରବସୀ ଶ୍ରମିକ ଆସିଛନ୍ତି । ସେମାନଙ୍କର ଆଗମନର ପ୍ରଭାବ ଅଗାମୀ ୧୫ ରୁ ୨୦ ଦିନ ଭିତରେ ହ୍ରାସ ପାଇବ। ଏହାଛଡା ଅଗାମୀ ୧୦ ତାରିଖରୁ ମୌସୁମୀ ଆସୁଥିବାରୁ ଏହାର ପ୍ରଭାବ ବି ଆମେ ଜାଣି ପରିବା। ଏଣୁ ଆଗାମୀ ୨୫ ଦିନ ଆମମାନକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”
” ସଟଡାଉନ ଓ ରାତ୍ରି କର୍ଫ୍ୟୁ ଯୋଗୁ ମାସର ୧୭ ଦିନ ଆମେ ନିଜକୁ ନିୟନ୍ତ୍ରଣରେ ରଖି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସପ୍ତାହକୁ ୨ଦିନ ସଟଡାଉନ ଅର୍ଥାତ୍ ମାସକୁ ୮ଦିନ ଓ ପ୍ରତ୍ୟେକ ଦିନ ୧୦ ଘଣ୍ଟାର କର୍ଫ୍ୟୁ ହିସାବରେ ମାସକୁ ୩୦୦ ଘଣ୍ଟା ନାଇଟ କର୍ଫ୍ୟୁ କଡାକଡି ଭାବେ ପାଳନ କରାଯିବ” ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।