Connect with us

ନୂଆଦିଲ୍ଲୀ ୧୯/୫ : ଶେଷ ପର‌୍ୟ୍ୟାୟ ମତଦାନ ପର‌୍ୟ୍ୟାୟରେ ଅନେକ ହେଭିୱେଟଙ୍କୁ ଦେଖିବାକୁ ମିଳିଛି ଭୋଟରଙ୍କ ଧାଡିରେ । ବିହାରର ପାଟଣା ସାହିବରୁ ନିର୍ବାଚନ ଲଢୁଛନ୍ତି କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା । ସେ ଏହି ଆସନରୁ ସାଂସଦ ଥିବା ବେଳେ ଏଥର ତାଙ୍କୁ ବିଜେପି ଟିକେଟ ନମିଳିବା ଯୋଗୁଁ ସେ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ଏବଂ ପାଟଣା ସାହିବରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଚନ୍ତି । ତାଙ୍କ ବିରୋଧରେ ବିଜେପି ଟିକେଟ ମିଳିଛି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ।
ପଂଜାବାର ଉପମୁଖ୍ୟମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ମଧ୍ୟ ପଂଜାବରୁ ଭୋଟ ଦେଇଛନ୍ତି । କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଥିବା ସିଦ୍ଧୁ ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରି ବିଜେପି ଓ ଖାସ୍ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।
ଉତରପ୍ରଦେଶର ଗୋରଖପୁରରେ ଆଜି ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କନ୍ୟା ପାଠଶାଳାରେ ଥିବା ପୁଲିଂ ବୁଥରେ ପଂହଚି ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ତାଙ୍କ ସହିତ ଅନେକ ସାଧୁ ସନ୍ଥ ପଂହଚି ଭୋଟଦେଇଥିଲେ । ଗୋରଖପୁରରେ ଶେଷ ପର‌୍ୟ୍ୟାୟରେ ଭୋଟିଂ ହେଉଛି । ଗତଥର ଏଠାରେ ଉପନିର୍ବାଚନରେ ବିଜେପି ପରାସ୍ତ ହୋଇଥିଲା ।
ମତଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳ ନେତ୍ରୀ ହରସିମରତ କୌର ବାଦଲ । ଆଜି ହରସିମରତ୍ ଭୋଟରଙ୍କ ଧାଡିରେ ଆସି କିଛି ସମୟ ଅପେକ୍ଷା କରିଥିଲେ । ଏହାପରେ ପୋଲିଂ ଅଧିକାରୀଙ୍କୁ ନିଜର ପରିଚୟପତ୍ର ଦେଖାଇ ମତଦାନ କରିଥିଲେ । ଚଳିତ ନିର୍ବାଚନରେ ହରସିମରତ୍ କୌର ବାଦଲ +ପଂଜାବର ଭଟିଂଡା ଲୋକସଭା ଆସନରୁ ପ୍ରାର୍ଥୀ ଅଛନ୍ତି । ସେହିପରି ହମିରପୁରରେ ମତଦାନ କରିଛନ୍ତି ଅନୁରାଗ ଠାକୁର । ନିଜର ପରିବାର ସହ ଅନୁରାଗ ଆସିଥିଲେ ପୋଲିଂ ବୁଥକୁ । ସାଙ୍ଗରେ ଥିଲେ ତାଙ୍କର ବାପା । ଭୋଟରଙ୍କ ଧାଡିରେ ଆସି ଅନୁରାଗ ମତଦାନ କରିଥିଲେ ।
ସେହିଭଳି ସାଧାରଣ ଭୋଟରଙ୍କ ଭଳି ଧାଡିରେ ଅପେକ୍ଷା କରି ନିଜ ମତଦାନ ସାବ୍ୟସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ।ଏହା ପରେ ନିଜର ପରିଚୟ ପତ୍ର ଦେଖାଇ ମତଦାନ କରିଥିଲେ ଅନୁପ୍ରିୟା ପଟେଲ । ଚଳିତ ଥର ବିଜେପି ଟିକଟରେ ଅନୁପ୍ରିୟା ପଟେଲ ମିର୍ଜାପୁର ଆସନରୁ ନିର୍ବାଚନ ଲଢୁଛନ୍ତି । ସେହପରି ଉତରପ୍ରଦେଶର ଗାଜିପୁର ଆସନରେ ମତଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା । ସେପଟେ ମତଦାନ କରିଛନ୍ତି ସିରୋମଣି ଅକାଳି ଦଳ ନେତା ପ୍ରକାଶ ସିଂ ବାଦଲ ।
ପାଟନା ସାହିବ ଆସନରେ ମତଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ପାଟନାରେ ଭୋଟ୍ ଦେଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦି । ପୋଲିଂ ବୁଥକୁ ଆସି ଭୋଟରଙ୍କ ଧାଡିରେ ଠିଆ ହୋଇ ସୁଶୀଲ ମୋଦି ମତଦାନ କରିଥିଲେ । ସେହିପରି ମତଦାନ କରିଛନ୍ତି ବାରଣାସୀର କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ । ଅଜୟ ରାୟ ସକାଳେ ପରିବାର ସହିତ ଆସି ମତଦାନ କରିଛନ୍ତି । ଚଳିତ ଥର ବାରଣାସୀରେ ତ୍ରିମୁଖୀ ଲଢେଇ ହେଉଛି ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions