ପୁରୀ ୧୯/୧ : ରାଜ୍ୟପାଳ ଡ. ଗଣେଶୀଲାଲ ଆଜି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିଶେଷକରି ୪ଟି କ୍ଷେତ୍ରର ଅଗ୍ରଗତି ସମ୍ପର୍କରେ ସେ ଅନୁଧ୍ୟାନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ଆବାସ କାର୍ଯ୍ୟକ୍ରମର ସାମ୍ପ୍ରତିକ ସ୍ଥିତି ବିଷୟରେ ଉଚ୍ଚ ଅଧିକାରୀମାନେ ତାଙ୍କୁ ସୂଚନା ଦେଇଥିଲେ ।