ରାଜନୀତି

ଶପଥ ନେଲେ ନବୀନଙ୍କ ନୂଆ ଟିମ : ୧୧ କ୍ୟାବିନେଟ୍ ମନ୍ତ୍ରୀ, ୯ ରାଷ୍ଟ୍ରମନ୍ତ୍ରୀ 

Published

on

ଭୁବନେଶ୍ୱର ୨୯/୫ :ନବୀନଙ୍କ ସହ ପଞ୍ଚମ ପାଳିର ନୂଆ ଟିମ୍ ତଥା ନବୀନଙ୍କ ମନ୍ତ୍ରୀମଣ୍ଡଳ ସମସ୍ତ ସଦସ୍ୟ ଗଣ ଶପଥ ନେଇଛନ୍ତି । ପ୍ରଦର୍ଶନୀ ପଡିଆରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନବୀନଙ୍କ ମନ୍ତ୍ରୀମଣ୍ଡଳଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନବୀନଙ୍କ ନୂଆ ଟିମରେ ୧୧ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ୯ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀର ପାହ୍ୟା ।
କ୍ୟାବିନେଟ୍ ପାହ୍ୟା- ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମକେଶରୀ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂ, ନବ କିଶୋର ଦାସ, ଟୁକୁନି ସାହୁ, ଅରୁଣ ସାହୁ ।
ରାଷ୍ଟ୍ରମନ୍ତ୍ରୀ ପାହ୍ୟା – ଅଶୋକ ପଣ୍ଡା, ସମୀର ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦିବ୍ୟ ଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକା ।

Leave a Reply

Your email address will not be published. Required fields are marked *

Trending

Exit mobile version