ପୁରୀ ୧୯/୧ : ଆଜି ପୁରୀ ନିକଟସ୍ଥ ମାଟିଆପଡ଼ା ଲେଭଲକ୍ରସିଂଠାରେ ଏକ ବଡ଼ ଦୁର୍ଘଟଣାକୁ କୋ÷ଣସିମତେ ଏଡାଇ ଦିଆଯାଇଛି । ତପସ୍ୱିନୀ ଏକ୍ସପ୍ରେସ ସେହି ବାଟଦେଇ ଯିବାବେଳେ ଲେଭଲକ୍ରସିଂର ଜଗୁଆଳି ଫାଟକ ବନ୍ଦ କରିନଥିଲେ । ତେବେ ଜଣେ ଦୁଇଜଣ ଲୋକ ଏହା ଦେଖି ଦୁଇପଟରୁ ଆସୁଥିବା ଲୋକଙ୍କୁ ସତର୍କ କରାଇ ଦେବାରୁ ଯାବବାହନଗୁଡ଼ିକ ସେଠାରେ ଅଟକି ଯାଇଥିଲା । ଟ୍ରେନଟି ଫାଟକ ଅତିକ୍ରମ କରିବା ପରେ ରାସ୍ତାରେ ପୁଣିଥରେ ଯାନବାହନ ଚଳାଚଳ କରିଥିଲା । ଏହି ଘଟଣାରେ ରେଳ ବିଭାଗ ପକ୍ଷରୁ ଲେଭଲକ୍ରସିଂର ଦୁଇ କର୍ମଚାରୀଙ୍କୁ ନୋଟିସ ମାଧ୍ୟମରେ କୈଫିୟତ ମଗାଯାଇଛି । ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମଧ୍ୟ ଏ ଘଟଣାରେ ରିପୋର୍ଟ ତଲବ କରିଛନ୍ତି ।