ଅପରାଧ

ଲୁଟେରା ଗ୍ୟାଙ୍ଗ ଠାବ : ୫ ଗିରଫ

Published

on

ସୋନପୁର ୬/୩ : ସୋନପୁରରେ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ୍ । ଏକ ଚୋରି ଘଟଣାର ପର୍ଦ୍ଦାଫାସ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଗ୍ୟାଙ୍ଗର ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନେ ସୋନପୁରର ବିଭିନ୍ନ ଅଂଚଳରେ ଚୋରି କରୁଥିଲେ । ସେମାନଙ୍କ ମୁଖ୍ୟ ଟାର୍ଗେଟ ଥିଲା ସମ୍ବଲପୁରୀ ଶାଢୀ ଚୋରି କରିବା । ଏହି ଗ୍ୟାଙ୍ଗ ୩ ଲକ୍ଷ ଟଙ୍କାର ୪ ଶହ ଖଣ୍ଡ ଶାଢୀ ଚୋରି କରିଛନ୍ତି । ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ୩ ଜଣ ବାଳ ଅପରାଧୀ ଓ ଜଣେ ମହିଳା ଅଛନ୍ତି । ଏହି ମହିଳାମାନେ ହିଁ ଶାଢୀ ଚୋରିର ମୁଖ୍ୟ କାର୍ପଟଦାର ଥିଲେ । ପୋଲିସ ୧୦ ଜଣିଆ ଟିମ ଗଠନ କରି ତନାଘନା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version