କଟକ:ଲକ୍ ଡାଉନ ସମୟରେ ରାଜ୍ୟରେ ଘରୋଇ ହିଂସା ଘଟଣାରେ ଅଭିଯୋଗକାରୀ ବା ଅଜିଯୋଗକରିଣୀଙ୍କୁ ମାମଲା ଦାଖଲ ପାଇଁ ଥାନାକୁ ଆସିବାକୁ ପଡ଼ିବ ନହିଁ । ଫୋନରେ ଅଭିଯୋଗ ଜଣାଇଲେ ପୋଲିସ ଘରକୁ ଯାଇ ଏଫ.ଆଇ.ଆର ଆଣି ମାମଲା ରୁଜ୍ଜୁ କରିବ।
ଓଡିଶା ପୋଲିସ ଡିଜିପି ଅଭୟ ମଙ୍ଗଳବାର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଲକଡାଉନ ସମୟରେ ଘରୋଇ ହିଂସା ବୃଦ୍ଧି ପାଇବାର ସମ୍ବାବନାକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ରାଜ୍ୟ ପୋଲିସ ଡିଜିପିଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଆଜି ଡିଜିପି ପୋଲିସ ଅଫିସର ମାନଙ୍କୁ ନିର୍ଦେଶ ଦେଇ କହିଛନ୍ତ ଯେ:
(୧) ରାଜ୍ୟରେ ଘରୋଇ ହିଂସା ମାମଲାକୁ ସର୍ବୋଚ୍ଚ ଗୁରୁତ୍ବ ଦିଆଯିବ।ଯଦିଓ ଏ ପର୍ଯ୍ୟନ୍ତ ଏଭଳି ମାମଲାରେ ସେମିତି କଛି ଆଖିଦୃଷ୍ଟିଆ ବୃଦ୍ଧି ଘଟି ନାହିଁ, ତଥାପି ଏଥିପାଇଁ ସତର୍କ ରହିବାର ଆବଶ୍ୟକତା ରହିଛି।
(୨) ରାଜ୍ୟରେ ବଭିନ୍ନ ଥାନା ଓ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ୬୦୦ ରୁ ଉର୍ଦ୍ଧ୍ “ହେଲପ ଲାଇନ” ଓ ଜିଲ୍ଲା ନିୟନ୍ତ୍ରଣ କକ୍ଷର ଟେଲିଫୋନେ ନମ୍ବର ଗୁଡକିୁ ପୁଣିଥରେ ବ୍ୟାପକ ପ୍ରଚାର କରାଯିବ ଯା ଦ୍ୱାରା ଘରୋଇ ହିଂସାର ଶିକାର ହେଉଥିବା ବ୍ୟକ୍ତି ଏହାର ସଠିକ ବ୍ୟବହାର କରି ପାରିବ ।
(୩) ଏହି ଲକ୍ ଡାଉନ ସମୟରେ ଘରୋଇ ହିଂସାର ଶୀକାର ବ୍ୟକ୍ତି ନିଜର ଅଭିଯୋଗ ଦାଖଲ ପାଇଁ ଥାନାକୁ ଯିବା ଆବଶ୍ୟାକ ନାହିଁ । ଏ ଭଳି ଫୋନ କଲ ପାଇବା ପରେ, ପୋଲିସ ଅଭିଯୋଗକାରୀ / ଅଭିଯୋଗକରିଣୀଙ୍କ ଘରେ ପହଞ୍ଚୀ ଅଭିଯୋଗ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନେବେ । ସେମାନେ ମଧ୍ୟ ଓଡିଶା ପୋଲିସ ସିଟିଜନ ପୋର୍ଟାଲ ଏବଂ ପେରକ୍ଷପ ରନରବ ରସମାରନ ମଧ୍ୟ “ଓଡଶି ା ରପାଲିସ ସଟି ରି ଜ୍ନ ରପାଟୋଲ” ଏବଂ “ ସହାୟତା ମୋବାଇଲ ଆପ” ମାଧମରେ ପୋଲିସ ନକିଟରେ ପହଞ୍ଚୀ ପାରିବେ ।
(୪)”ଲକ୍ ଡାଉନ” ସମୟରେ ଘରୋଇ ହଂିସା ସମ୍ବନ୍ଧୀୟ ମାମଲା ଗୁଡକିୁ ସବ୍-ଇନ୍ସପେକ୍ଟୋର ବା ତାଦୁର୍ଦ୍ଧ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବ।
(୫) “ଲକ୍ ଡାଉନ” ସମୟରେ ଘରୋଇ ହିଂସା ସମ୍ବନ୍ଧୀୟ ମାମଲା ଗୁଡିକୁ ତଦାରଖ ଜଣେ ଡ଼ିଏସପି ବା ତାଦୁର୍ଦ୍ଧ ପାହ୍ୟାର ଜଣେ ଅଧିକାରୀଙ୍କ ଦ୍ଵାରା କରାଯିବ ।
(୬) “ଲକ୍ ଡାଉନ” ସମୟରେ ଜିଲ୍ଲାରେ କାର୍ଯ୍ୟରତ IUCAW (Investigation Unit for Crime
Against Women) ଏହି ମାମଲା ଗୁଡିକର ତଦାରଖ କରିବେ ଏବଂ ଏବାବଦରେ ଅଧିକ ସତର୍କ ରହିବେ ।