ଡଲଫିନ ପ୍ରଧାନ
ଭୁବନେଶ୍ୱର: ଦେଶବ୍ୟାପୀ ଲକଡାଉନ ସମୟରେ ସବୁକିଛି ନିରାଶଜନକ ନୁହେଁ । ବିଶେଷ କରି ଯଦି ଆବଶ୍ୟକତା ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଭାରତୀୟ ରେଳବାଇ ଓ ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରା ସାହାଯ୍ୟ କରିବାକୁ ବାହାରିଛନ୍ତି ତେବେ ନିରାଶ ହେବାର କିଛି ନାହିଁ ।
ଗଞ୍ଜାମ ଜିଲ୍ଲା ବରହମପୁର ର ଚନ୍ଦନ କୁମାର ଆଚାର୍ଯ୍ୟଙ୍କ ଭଣଜା ସ୍ବସ୍ତିକ ମିଶ୍ର ଜଣେ ଔଷଟିକ ପୀଡ଼ିତ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କର ଖାଦ୍ୟ ଡାଲି ଓ ଓଟ କ୍ଷୀର। ଚନ୍ଦନ ଓଟ କ୍ଷୀର ରାଜସ୍ଥାନରୁ ମଗାଉଥିଲେ । ତେବେ ମାର୍ଚ୍ଚ ୨୪ ତାରିଖରେ ଦେଶବ୍ୟାପୀ ଲକଡାଉନ ଘୋଷଣା ତାଙ୍କର ଓଟ କ୍ଷୀର ପାଇବା ଅସମ୍ଭବ ହୋଇ ପଡ଼ିଥିଲା।
ତେଣୁ ଆଚାର୍ଯ୍ୟ ବ୍ରହ୍ମପୁର ଏସପି ଓ ଡିଏସପି ସାର୍ଥକ ପାଢ଼ୀ ଙ୍କ ପରାମର୍ଶ କ୍ରମେ ଅରୁଣ ବୋଥେରା ଙ୍କୁ ଟ୍ବିଟ୍ ଯୋଗେ ଜଣାଇଥିଲେ ।
ଓଡିଶା କ୍ୟାଡ଼ର ୧୯୯୬ ବ୍ୟାଚର ଆଇପିଏସ ଅଫିସର ଯେ ବର୍ତ୍ତମାନ ଓଡିଶା ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ ର ଏମ୍ ଡି ଅଛନ୍ତି ଆଚାର୍ଯ୍ୟ ଙ୍କ ଅନୁରୋଧ ରକ୍ଷା କରି ରାଜସ୍ଥାନରୁ କ୍ଷୀର ଆଣିବା ପାଇଁ ରେଳ ବିଭାଗକୁ କହିଥିଲେ ।
ଭାରତୀୟ ରେଳବାଇ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରି ଏହି ଓଟ କ୍ଷୀର ରାଜସ୍ଥାନର ଫାଲନାରୁ ଆଣି ପହଞ୍ଚାଇଛି।
ଚନ୍ଦନ ଆଚାର୍ଯ୍ୟ ଗତ ଏପ୍ରିଲ ୨୩ ତାରିଖ ଦିନ ରେଳବାଇ ଠାରୁ ପାଇ ଅରୁଣ ବୋଥ୍ରା ଓ ରେଳବାଇ ଅଧିକାରୀ କୁମାର ଅଙ୍କିତଙ୍କୁ ତାଙ୍କର କୃତଜ୍ଞତା ଜଣାଇଛନ୍ତି। ଅଙ୍କିତ ଆଇଆରଟିସି ସେତୁ ସାହାଯ୍ୟରେ ଏହି ସମ୍ବେଦନଶୀଳ ପାର୍ଶଲ ଟ୍ରେନ ଯୋଗେ ଆଣିବାରେ ସହଯୋଗ କରିଥିଲେ।