ନୂଆଦିଲ୍ଲୀ ୨୯/୫ : ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ନଦିଅନ୍ତୁ ସେଥିପାଇଁ ଦଳର ବଡ ବଡ ନେତାଙ୍କ ଠାରୁ ଆରମ୍ଭ କରି ପାର୍ଟିର କାର୍ୟ୍ୟକର୍ତ୍ତା ତାଙ୍କୁ ମନାଇବାକୁ ଲାଗିଛନ୍ତି । ପାର୍ଟିର ବଡ ବଡ ନେତା ତାଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ମନେଇବାକୁ ଚାହୁଁଛନ୍ତି ତ କେଉଁଠି କାର୍ୟ୍ୟକର୍ତ୍ତା ନିଜ ନିଜ ହିସାବରେ ମନାଉଛନ୍ତି । ଆଜି ନୂଆଦିଲ୍ଲୀରେ ତୁଗଲକ ଲେନ୍ ସ୍ଥିତ ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ କିଛି କଂଗ୍ରେସ କାର୍ୟ୍ୟକର୍ତ୍ତା ଆମରଣ ଅନଶନରେ ବସିଛନ୍ତି । ଏବଂ ଇସ୍ତଫା ଫେରାଇନେବାକୁ ଦାବି କରୁଛନ୍ତି । ତାଙ୍କ କହିବାନୁସାରେ, ରାହୁଲ ଗାନ୍ଧୀ କ୍ଷୁବ୍ଧ ଅଛନ୍ତି ଓ ଏପର୍ୟ୍ୟନ୍ତ ଇସ୍ତଫା ପତ୍ର ଫେରାଇ ନାହାଁନ୍ତି ।
କର୍ଣ୍ଣାଟକର ବାଙ୍ଗାଲୁରୁରେ ମଧ୍ୟ କଂଗ୍ରେସ କାର୍ୟ୍ୟକର୍ତ୍ତା ତାଙ୍କ ଇସ୍ତଫା ଫେରାଇନେବା ପାଇଁ ପାର୍ଟି ଅଫିସ ବାହାରେ ପ୍ରଦର୍ଶନ କରୁଛନ୍ତି । ଏହି କାର୍ୟ୍ୟକର୍ତ୍ତାଙ୍କ କହିବାନୁସାରେ, ଯେପର୍ୟ୍ୟନ୍ତ ରାହୁଲ ନମାନନ୍ତି ସେପର୍ୟ୍ୟନ୍ତ ସେମାନେ ଧାରଣାରେ ବସିଥିବେ । ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ମନେଇବା ପାଇଁ ୟୁପିର କିଛି କଂଗ୍ରେସ କାର୍ୟ୍ୟକର୍ତ୍ତା ତାଙ୍କୁ ରକ୍ତରେ ଚିଠି ଲେଖି ଇସ୍ତଫା ନଦେବା ପାଇଁ ଦାବି କରୁଛନ୍ତି । କାର୍ୟ୍ୟକର୍ତ୍ତା କହିଥିଲେ କି, “ରାହୁଲ ଗାନ୍ଧୀ ଇସ୍ତଫା ଦିଅନ୍ତୁନି, ଆମେ ମିଶିକି ପାର୍ଟି ଛିଡା କରିବୁ । ପାର୍ଟି ପାଇଁ କାମ କରିବୁ ।”