ରାଜ୍ୟ

ରାସ୍ତାରେ କ୍ଷୀର ଢ଼ାଳି ପ୍ରତିବାଦ କଲେ ଚାଷୀ

Published

on

କେନ୍ଦୁଝର ୩୦/୧ : ୫ ଦଫା ଦାବି ନେଇ କେନ୍ଦୁଝର ଜିଲ୍ଲାର ଦୁଗ୍ଧ ଚାଷୀମାନେ ଆଜି ଅଭିନବ ପ୍ରତିବାଦ କରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ପୁରୁଷ ଓ ମହିଳା ଚାଷୀମାନେ କ୍ଷୀର କେନ ଧରି କେନ୍ଦୁଝରରେ ପହଂଚିବା ପରେ ଏକ ଶୋଭାଯାତ୍ରା କରିଥିଲେ । ସେମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଂଚି ବିକ୍ଷୋଭ କରିବା ସଂଗେସଂଗେ ରାସ୍ତାରେ କ୍ଷୀର ଢ଼ାଳି ପ୍ରତିବାଦ ଜଣାଇଥିଲେ । ଚାଷୀଙ୍କ ସମେତ ସମାଜର ବିଭିନ୍ନ ବର୍ଗ ପାଇଁ ସରକାର ଯୋଜନା ପରେ ଯୋଜନା କରି ଚାଲିଥିବାବେଳେ ଦୁଗ୍ଧ ଚାଷୀଙ୍କ ପାଇଁ କୋ÷ଣସି ଯୋଜନା କରାଯାଉନାହିଁ ବୋଲି ଅଭିଯୋଗ କରି ସେମାନେ ଏଭଳି ଅଭିନବ ଢ଼ଙ୍ଗରେ ପ୍ରତିବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version