ମାଲକାନଗିରି ୧୨/୩ : ନିର୍ବାଚନ ଆଗରୁ ମାଲକାନଗିରିରେ ରକ୍ତମୁଖା ମାଓବାଦୀ । ରାସ୍ତାକାମକୁ ବିରୋଧ କରି ସୁପରଭାଇଜରଙ୍କୁ ହତ୍ୟା କଲେ, ଗାଡି ପୋଡିଦେଲେ ନକ୍ସଲ । ମାଥିଲା ଥାନା କୁକୁରକୁଣ୍ଡ ଗାଁରେ ରାସ୍ତାକାମରେ ନିୟୋଜିତ ଗୋଟିଏ ଜେସିବି ଓ ହାଇୱା ଗାଡିକୁ ପୋଡି ଦେଇଛନ୍ତି ଲାଲବାହିନୀ । ଗତକାଲି ଅପରାହ୍ନରେ ୧୫ରୁ ଅଧିକ ମାଓବାଦୀ କୁକୁରକୁଣ୍ଡା ଗାଁରେ ପହଂଚି ରାସ୍ତାକାମ କରୁଥିବା ଠିକା କମ୍ପାନୀର ଜଣେ ସୁପର ଭାଇଜର ଗୁପ୍ତଙ୍କୁ ନିସ୍ତୁକ ମାଡ ମାରିଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ଏଭଳି କାଣ୍ଡ ଘଟଇଥିବା ବେଳେ ନିର୍ବାଚନ ଆଗରୁ ମାଓବାଦୀଙ୍କ ଏଭଳି କାଣ୍ଡ ପୁଲିସ ମୁଣ୍ଡ ବିନ୍ଧା କାରଣ ପାଲଟିଛି ।