ଭୁବନେଶ୍ୱର: ଝୋଟ ଆଖା ଅଭାବରୁ ରାଜ୍ୟରେ ଧାନ ସଂଗ୍ରହ ବାଧାପ୍ରାପ୍ତ ହେଉଛି ବୋଲି ଆଜି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ରାମ ବିଳାଶ ପାଶ୍ୱନଙ୍କ ପାଖରେ ଫେରାଦ ହୋଇଛନ୍ତି ।
ରାଜ୍ୟରେ 2019-20 ସଶ୍ୟ ସଂଗ୍ରହ ରୂତୁରେ 1.45 ଲକ୍ଷ ଗାଣ୍ଠି ଝୋଟ ଅଖାର ଆବଶ୍ୟକତା ଥିବାବେଳେ ବର୍ତମାନ ସୁଦ୍ଧା 1.03 ଲକ୍ଷ
ଗାଣ୍ଠି ଝୋଟ ଅଖା ମିଳିଛି ।ଝୋଟ ଅଖା ଯୋଗାଣ ନିମନ୍ତେ ଝୋଟ କମିସସଙ୍କ ନିକଟରେ ଅର୍ଥ ଜମା କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ 42,000 ଗାଣ୍ଠି ଝୋଟ ଅଖା ମିଳି ନ ଥିବାରୁ ଧାନ ସଂଗ୍ରହରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଦର୍ଶାଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏହି ଅବଶିଷ୍ଠ ଅଖା ଯୋଗାଇ ଦେବାକୁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ।
କେନ୍ଦ୍ର ଖାଦ୍ୟ ମନ୍ତ୍ରୀଙ୍କ ସହ ରାଜ୍ୟ ମନ୍ତ୍ରୀମାନକର ସୋମବାର ଅନୁଷ୍ଠିତ ଏକ ଭିଡ଼ିଓ କଂଫେରେନ୍ସରେ ଯୋଗ ଦେଇ ଓଡ଼ିଶାର ମନ୍ତ୍ରୀ ସ୍ୱାଇଁ କହିଥିଲେ ଯେ ଧାନ ସଂଗ୍ରହ ବାବଦକୁ ମିଳିବାକୁ ଥିବା ସବସିଡି
ଅର୍ଥର 6132.86 କୋଟି ଟଂକା ମିଳିବାକୁ ବାକି ଅଛି । ଏହି ଅର୍ଥ ରାଜ୍ୟକୁ ତୁରନ୍ତ ପ୍ରଦାନ କରିବାକୁ ସେ ଦାବୀ କରିଥିଲେ ।
ରାଜ୍ୟରେ ଲକଡାଉନ ସମୟରେ ଖାଦ୍ୟଶସ୍ଯ ଯୋଗାଣ କାର୍ଯ୍ୟକ୍ରମ ଚାଲୁ ରହିଛି ବୋଲି ସ୍ୱାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।