ଦେଶ ବିଦେଶ

ରାଫେଲ ମାମଲା : ଯାଚିକା ଖାରଜ କରିବାକୁ ଦାବୀ କଲେ କେନ୍ଦ୍ର ସରକାର

Published

on

ନୂଆଦିଲ୍ଲୀ ୨୫/୫ : ରାଫେଲ ସମୀକ୍ଷା ଯାଚିକା ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଲିଖିତ ଆବେଦନ ଦାଖଲ କରିଛନ୍ତି । ଯେଉଁଥିରେ ସରକାର କହିଛନ୍ତି କି, ରାଫେଲ ବୁଝାମଣାର ଯାଂଚ୍ ପାଇଁ ଆବେଦନ କରାଯାଇଥିବା ସମସ୍ତ ଯାଚିକା ଖାରଜ କରିବା ଉଚିତ୍ ।
ଚଳିତ ଲୋକସଭା ନିର୍ବାଚନରେ ବିପକ୍ଷ ରାଫେଲ ବିମାନ ଚୁକ୍ତିକୁ ଏକ ବଡ ମୁଦ୍ଦା ଭାବେ ଧରିଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଚୁକ୍ତିକୁ ଅନିୟମିତତା ଦର୍ଶାଇ ସିଧା ସଲଖ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ । ତେବେ ତମାମ ଅଭିଯୋଗ ସତ୍ୱେ ମଧ୍ୟ ବିଜେପି ପୁଣି ଥରେ ବହୁମତ ହାସଲ କରି ଶାସନରେ ଆସିଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଶାସନରେ ଆସିବାକୁ ଯାଉଛନ୍ତି । ଏବେ ସେ ସୁପ୍ରିମକୋର୍ଟଙ୍କ ନିକଟରେ ରାଫେଲ ମାମଲା ସହ ଜଡିତ ସମସ୍ତ ଯାଚିକା ଖାରଜ କରିବା ପାଇଁ ଦାବୀ କରିଛନ୍ତି । କେନ୍ଦ୍ର ଏହି ସବୁ ଯାଚିକା ଗୁଡିକୁ ମିଥ୍ୟା ଏବଂ ଭୁଲ ତଥ୍ୟ ଉପରେ ଆଧାରିତ ବୋଲି କହିଛି । ସରକାର କହିଛନ୍ତି କି, ରକ୍ଷା ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କୁ କୌଣସୀ ତଥ୍ୟ ଲୁଚାଇବ ନାହିଁ । ଏହି ଚୁକ୍ତି କେବଳ ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟରୁ କରାଯାଇ ନାହିଁ । କୋଣସୀ ପ୍ରକାରର ହସ୍ତକ୍ଷେପ ଦ୍ୱାରା ବାୟୁ ସେନାର କାର‌୍ୟ୍ୟପ୍ରଣାଲୀ ଉପରେ ପ୍ରଭାବ ପଡିବ । କାଗ୍ ରିପୋର୍ଟ ମଧ୍ୟ ସରକାରଙ୍କ ପଦକ୍ଷେପକୁ ଠିକ୍ ବୋଲି କହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version