ରାଜ୍ୟ

ରାଜନୈତିକ ସ୍ୱାର୍ଥସାଧନ ପାଇଁ ପୂର୍ବତଟ ରେଳବାଇକୁ ଦୁଇଭାଗ କରିଛନ୍ତି କେନ୍ଦ୍ର ସରକାର : ବିଜେଡି

Published

on

ଭୁବନେଶ୍ୱର ୪/୩ : ପୂର୍ବତଟ ରେଳବାଇ ଡିଭିଜନ ବିଭାଜନକୁ ନେଇ ବିରୋଧ ପ୍ରଦର୍ଶନ କରିଛି ବିଜେଡି । ପ୍ରତିବାଦରେ ଚନ୍ଦ୍ରଶେଖରପୁର ସ୍ଥିତ କାର‌୍ୟ୍ୟାଳୟ ସମୁଖରେ ବିଜେଡି ପକ୍ଷରୁଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କେନ୍ଦ୍ର ସରକାର ଜାଣିଶୁଣି ରାଜନୈତିକ ସ୍ୱାର୍ଥସାଧନ ପାଇଁ ପୂର୍ବତଟ ରେଳବାଇକୁ ଦୁଇଭାଗ କରିଦେଇଥିବା ଅଭିଯୋଗ କରିଛି ବିଜେଡି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନ ପାଇଁ ଓଡିଶାର ସ୍ୱାର୍ଥକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛି ବିଜେଡି ।
କେନ୍ଦ୍ର ସରକାର ଚକ୍ରାନ୍ତ କରି ଏହାର ୱାଲଟିୟର ଡିଭିଜନକୁ ଅଲଗା କରି ଦେଇଛି । ନୂଆ କରି ଦକ୍ଷିଣତଟ ରେଳବାଇ ଗଠନ କରି ବିଶାଖାପାଟଣାଠାରେ ଏହାର ମୁଖ୍ୟ କାର‌୍ୟ୍ୟାଳୟ ଖୋଲିଛି ଓ ୱାଲଟିୟରର ପ୍ରମୁଖ ଅଂଶକୁ ସ୍ଥାନାନ୍ତର ପାଇଁ ନିଷ୍ପତି ନେଇଛି । ୱାଲଟିୟର ଡିଭିଜନର ପ୍ରମୁଖ ଅଂଶ ନବଗଠିତ ଦକ୍ଷିଣତଟ ରେଳବାଇ ସହ ମିଶାଇ ଓଡିଶାରେ ପୂର୍ବତଟ ରେଳବାଇର ରେଳ ସେବାକୁ ଦୁର୍ବଳ କରିଦେବାକୁ ଚକ୍ରାନ୍ତି କରିଛି ବୋଲି ବିଜେଡି ଅଭିଯୋଗ ଆଣି ପ୍ରତିବାଦ କରୁଛି ।
ବିଜେଡି ବିରୋଧ ପ୍ରସଙ୍ଗରେ ରେଳ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି କି, ଯେତେବେଳେ ସଂସଦରେ ୱାଲଟିୟର ଡିଭିଜନ ଗଠନ ପାଇଁ ବିଲ ପାସ୍ ହେଲା ସେତେବେଳେ ବିଜେଡିର ବନ୍ଧୁମାନେ ଚୁପ ବସିଥିଲେ କାହିଁକି । ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିରୋଧ ଆଳରେ ବିକାଶକୁ ବାଧା ଦିଆନ ଯାଉ ବୋଲି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version