ନୂଆଦିଲ୍ଲୀ ୨୩/୧ : ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଏକମାତ୍ର କନ୍ୟା ପ୍ରିୟଙ୍କା ଭଦ୍ରା ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ତାଙ୍କୁ କଂଗ୍ରେସର ସାଂଗଠନିକ ଦାୟିତ୍ୱ ଦିଆଯାଇଛି । ଦଳର ହାଇକମାଣ୍ଡ ତାଙ୍କୁ ଏଆଇସିସି ସାଧାରଣ ସମ୍ପାଦକ ରୂପେ ଅଧିଷ୍ଠିତ କରାଇଛନ୍ତି । ସେ ଉତ୍ତରପ୍ରଦେଶର ପୂର୍ବାଂଚଳ ଦାୟିତ୍ୱ ତୁଲାଇବେ । ସେହିଭଳି ଜ୍ୟୋତିରିନ୍ଦ୍ର ନାଥ ସିନ୍ଧିଆଙ୍କୁ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତି ଦିଆଯାଇଛି । ସେ ଉତ୍ତରପ୍ରଦେଶର ପଶ୍ଚିମାଂଚଳ ଦାୟିତ୍ୱରେ ରହିବେ ।
ତେବେ କଂଗ୍ରେସରେ ପ୍ରିୟକାଙ୍କ ଏଣ୍ଟ୍ରିକୁ ନେଇ ରାଜନୈତିକ ସ୍ତରରେ ଜୋରଦାର ଆଲୋଚନା ଆରମ୍ଭ ହୋଇଯାଇଛି । ଆଗାମୀ ନିର୍ବାଚନରେ ରାହୁଲଙ୍କ ନେତୃତ୍ୱ ଆଶାନୁରୂପ କାମ କରିନପାରେ ବୋଲି କଂଗ୍ରେସ ହାଇକମାଣ୍ଡ ବିଚାର କରୁଥିବାରୁ ସେହି ଶୂନ୍ୟସ୍ଥାନ ପୂରଣ ପାଇଁ ପ୍ରିୟକାଙ୍କୁ ମଇଦାନକୁ ଓହ୍ଲାଯାଇଛି ବୋଲି କିଛି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି ।