ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଘୋଡ଼ା ବଢୁଛି …। ଗୋପରେ ନୁହେଁ ମଙ୍ଗୋଲିଆରେ। ନିକଟରେ ମଙ୍ଗୋଲିଆ ଗସ୍ତରେ ଯାଇଥିବା ବେଳେ ମନ୍ତ୍ରୀ ରାଜନାଥ ତାଙ୍କ ଘୋଡ଼ର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।
ମଙ୍ଗୋଲିଆ ବିଶ୍ୱର ସବଠୁ ଉତ୍ତମ ବ୍ରିଡ଼ର ଘୋଡା ପ୍ରଜନନ କରିଥାଏ।
ଗତ ୧୯୧୮ ମସିହାରେ ମଙ୍ଗୋଲିଆ ଗସ୍ତବେଳେ ରାଜନାଥଙ୍କୁ ସେ ଦେଶର ରାଷ୍ଟ୍ରପତି ଉଖନାଜିନ ଖୁରେଲସୁଖ ଏକ ଘୋଡା ଉପହାର ଦେଇଥିଲେ। ରାଜନାଥ ଘୋଡ଼ର ନାମ ମଙ୍ଗଲ ରଖିଥିଲେ। ହେଲେ ଆସିଲା ବେଳକୁ ଘୋଡ଼ଟିକୁ ସେ ଦେଶର ଜିମାରେ ଛାଡି ଦେଇ ଆସିଥିଲେ।
ନିକଟରେ ମଙ୍ଗୋଲିଆ ଗସ୍ତବେଳେ ରାଜନାଥ ମଙ୍ଗଲର ହାଲଚାଲ ପଚାରି ବୁଝିଥିଲେ।
ଏଥରର ଗସ୍ତବେଳେ ମଧ୍ୟ ତାଙ୍କୁ ମଙ୍ଗୋଲିଆ ରାଷ୍ଟ୍ରପତି ଉଖନାଜିନ ଖୁରେଲସୁଖ ଆଉ ଏକ ଘୋଡ଼ା ଉପହାର ଦେଇଥିଲେ। ଧଳା ରଙ୍ଗର ଏହି।ଘୋଡ଼ାଟିକୁ “ଚମତ୍କାର ସୁନ୍ଦର” କହି ତାର ନାମ ତେଜସ ଦେଇଛନ୍ତି। ତେବେ ଗତଥର ଭାଳି ଏଥର ମଧ୍ୟ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମଙ୍ଗୋଲିଆ ସରକାରଙ୍କ ଜିମାରେ ଦେଇ ଆସିଛନ୍ତି।