ଭୁବନେଶ୍ୱର ୪/୩ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଏହି କଥାକୁ ନେଇ ବିତର୍କ ଜାରି ରହିଛି ଯେ, ପ୍ରସିଦ୍ଧ ରସଗୋଲାର ଆବିଷ୍କାରକ କିଏ ? ୨୦୧୭ରେ ପଶ୍ଚିମବଙ୍ଗକୁ ଏଥିପାଇଁ ଜିଆଇ ଟ୍ୟାଗ ଅର୍ଥାତ ଭୌଗୋଳିକ ପରିଚୟ ମିଳିଥିଲା। ମାତ୍ର ଓଡ଼ିଶା ଏହା ଉପରେ ଆପତ୍ତି ଉଠାଇଥିଲା। ପଶ୍ଚିମବଙ୍ଗକୁ ଜିଆଇ ଟ୍ୟାଗ୍ ଦିଆଯିବା ଉପରେ ଉଠିଥିବା ଆପତ୍ତିର ବିଚାର କରି ଜିଆଇ ରଜିଷ୍ଟ୍ରି ଓଡ଼ିଶାକୁ ରସଗୋଲାର ଆବିଷ୍କାରକୁ ନେଇ ନିଜର ଦାବି ବଳିଷ୍ଠ କରିବାର ପ୍ରମାଣ ଦେବାକୁ ଦୁଇ ମାସର ସମୟ ଦେଇଛନ୍ତି।
ଯଦି ଏହି ଦୁଇ ମାସରେ ଓଡ଼ିଶା ପ୍ରମାଣ ଦେବାରେ ବିଫଳ ହୁଏ ତେବେ ଦାୟର ଯାଚିକା ଖାରଜ ହୋଇଯିବ। ଉଲ୍ଲେଖଯୋଗ୍ୟ, ରସଗୋଲାକୁ ନେଇ ଓଡ଼ିଶା ସ୍ମଲ ଇଣ୍ଡଷ୍ଟ୍ରି କର୍ପୋରେସନ(ଓଏସଆଇସି) ଓ ରିଜିଓନାଲ ଡେଭଲପମେଣ୍ଟ ଟ୍ରଷ୍ଟ ୨୦୧୮ ଜାନୁଆରୀରେ ରସଗୋଲା ପାଇଁ ପଶ୍ଚିମବଙ୍ଗକୁ ଜିଆଇ ଟ୍ୟାଗ୍ ଦିଆଯିବା ବିରୋଧରେ ଅପିଲ କରିଥିଲା।
ଏବେ କରିବାକୁ କୁହାଯାଇଛି। ଏହା ମଧ୍ୟ ପ୍ରଶ୍ନ କରାଯାଇଛି ଯେ, ରସଗୋଲା ତିଆରିରେ କେଉଁ କେଉଁ ସାମଗ୍ରୀ ବ୍ୟବହାର ହୁଏ। ଏହା ସହିତ ପ୍ରସ୍ତୁତି ସମୟରେ କେତେ ତାପମାତ୍ରା, କେତେ କଅଁଳ ରହେ ଏବଂ କେଉଁ ପଦାର୍ଥ ଆବଶ୍ୟକ ହୋଇଥାଏ। ଏହା ବ୍ୟତୀତ ଓଡ଼ିଶାକୁ ରସଗୋଲା ତିଆରି କରିବାର ପ୍ରସ୍ତୁତି ବିଷୟରେ ପ୍ରଶ୍ନ କରାଯାଇଛି।