ରାଜ୍ୟ

ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପିଙ୍କ ସମୀକ୍ଷା ବୈଠକ

Published

on

ପୁରୀ ୬/୬ : ରଥଯାତ୍ରା ଯାତ୍ରା ସମୟରେ ଭକ୍ତଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଜି ପୁରୀ ଆରକ୍ଷୀ ଅଧିକ୍ଷକଙ୍କ କାର‌୍ୟ୍ୟାଳୟରେ ସମୀକ୍ଷା ବୈଠକ ପରେ ପୋଲିସ ଡିଜି ଏହି ସୂଚନା ଦେଇଛନ୍ତି । ଆଜି ପୁରୀ ଆରକ୍ଷୀ ଅଧିକ୍ଷକଙ୍କ କାର‌୍ୟ୍ୟାଳୟରେ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପି ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ସେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି । ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ଡିଜି ସଞ୍ଜୀବ ପଣ୍ଡା ରହିବେ । ସେହିପରି ଟ୍ରାଫିକ୍‌ ନିୟନ୍ତ୍ରଣ ଦାୟିତ୍ୱ ଆଇଜି ଅମିତାଭ ଠାକୁରଙ୍କୁ ଦିଆଯାଇଛି । ଏହା ସହିତ ଶ୍ରୀମନ୍ଦିର ଭିତର ଦାୟିତ୍ୱ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ରହିଛନ୍ତି । ଅନ୍ୟପକ୍ଷରେ ରଥ କର୍ଡନ୍‌ ଦାୟିତ୍ୱରେ ଆଇଜି ଅରୁଣ ବୋଥ୍ରା ଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ଆଇଜି ଅସିତ୍‌ ପାଣିଗ୍ରାହୀ ଦାୟିତ୍ୱ ନେଇଛନ୍ତି । ରଥଯାତ୍ରାରେ ଭକ୍ତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଯାତ୍ରା ବେଳେ ସହରରେ ୧୫୫ ପ୍ଲାଟୁନ୍‌ ଫୋର୍ସରେ ମୁତୟନ ହେବେ । ସେହିପରି କେନ୍ଦ୍ର ସରକାରଙ୍କ ୨ କମ୍ପାନି ରାପିଡ୍‌ ଆକ୍ସନ ଓ ରାଜ୍ୟର ୩ଟି କମ୍ପାନି ସ୍ୱିପ୍ଟ ଆକ୍ସନ ଫୋର୍ସ ରହିବେ ନିୟୋଜିତ ହେବେ । ସେହିପରି ଆତଙ୍କବାଦୀ କାର‌୍ୟ୍ୟକଳାପକୁ ନଜର ରଖିବାକୁ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍‌ର ‌୩ଟି ୟୁନିଟ ମୁତୟନ ହେବେ ।

Leave a Reply

Your email address will not be published. Required fields are marked *

Trending

Exit mobile version