ରାଜ୍ୟ

ରଥଖଳା : ଚକ, ଅଖ କାମ ଶେଷ କଲେ ବିଶ୍ୱକର୍ମା

Published

on

ପୁରୀ ୯/୬ : ବିଶ୍ବକର୍ମାମାନେ ଏ ଭିତରେ ଚକ ଓ ଅଖ କାମକୁ ଶେଷ କରିଛନ୍ତି । ଚକ ଓ ଅଖକୁ ନେଇ ଯାହା କିଛି ଛୋଟ ଛୋଟ କାମ ବାକି ରହିଛି ତାକୁ ପୂର୍ଣ୍ଣ ରୂପ ଦେବାରେ ଲାଗି ପଡ଼ିଛନ୍ତି ମହାରଣାମାନେ । ଅନ୍ୟପଟେ ବିଶ୍ବକର୍ମାମାନେ ଦଣ୍ଡାହଣା କାମକୁ ଆଗେଇ ନେଇଛନ୍ତି । ତିନି ରଥ ପାଇଁ ଭିନ୍ନ ଭିନ୍ନ ଦଣ୍ଡା ହଣାଯାଉଛି ।
ସେପଟେ ଚକକାମ ଶେଷ ପରେ ଶ୍ରୀମନ୍ଦିର କାର‌୍ୟ୍ୟାଳୟ ସମ୍ମୁଖରେ ଏହାକୁ ଘୋଡ଼ାଇ ରଖାଯାଇଛି । ଖରାରେ ଚକକୁ ଅକ୍ଷତ ରଖିବା ପାଇଁ ଓଦା ଚାଞ୍ଛିକୁ ଏହା ଉପରେ ଘୋଡ଼ାଇ ରଖାଯାଇଛି । ଅନେକ ସମୟରେ ପ୍ରଚଣ୍ଡ ଖରାରେ ଚକରେ ଫାଟ ସୃଷ୍ଟି ହୋଇଥାଏ । ଏହି ଆଶଙ୍କାକୁ ଏଡ଼ାଇବା ପାଇଁ ଭୋଇ ସେବକମାନେ ଚକକୁ ଏପରି ଘୋଡ଼ାଇ ରଖିଛନ୍ତି। ସେପଟେ ଚିତ୍ରକର ସେବକଙ୍କ ଦ୍ବାରା ଗୁଜ କାମ ଆଗେଇ ଚାଲିଛି । କୋଣଗୁଜ, ଜଳଯନ୍ତ୍ର ଶେଷ କରି ପଟାଗୁଜ କାମ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ଚିତ୍ରକର ସେବକମାନେ ।

Leave a Reply

Your email address will not be published. Required fields are marked *

Trending

Exit mobile version