ଝାଡଖଣ୍ଡ ୧୨/୫ : ଭଲପାଇବାରୁ ଯୁବକ ଏବଂ ଯୁବତୀଙ୍କୁ ମାଡ ମାରିବା ସହ ଲଣ୍ଡାକଲେ ଗ୍ରାମବାସୀ । ସୂଚନା ମୁତାବକ,ବରାହି ଅଂଚଳରେ ଜଣେ ମହିଳା ଦୀର୍ଘଦିନ ହେଲା ଏକ ଭଡାଘରେ ରୁହନ୍ତି । ତାଙ୍କ ସ୍ୱାମୀ ଗୁଜୁରାତରେ କାମ କରନ୍ତି । ସେହିଗ୍ରାମରେ ଉତରପ୍ରଦେଶର ରମେଶ ନାମକ ଜଣେ ଯୁବକଙ୍କ ସହ ମହିଳାଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା । ତେବେ ଏହାକୁ କେତେକ ଗ୍ରାମବାସୀ ବିରୋଧ କରିବା ସହ ମହିଳାଙ୍କୁ ଧମକଚମକ ଦେଉଥିଲେ। ଏହାପରେ ଗ୍ରାମବାସୀ ମହିଳା ଏବଂ ରମେଶଙ୍କୁ ଏକ ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । କେବଳ ଏତିକି ନୁହେଁ ଉଭୟଙ୍କୁ ଲଣ୍ଡା କରି ଗ୍ରାମସାରା ବୁଲାଇଥିଲେ । ଏପରିକି ମହିଳାଙ୍କ ମାଉସୀଙ୍କୁ ମଧ୍ୟ ଗ୍ରମାବାସୀ ମାଡ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରିଛି । ପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାକୁ ଚେଷ୍ଟା ଜାରି ରଖିଛି ।