ଅପରାଧ

ଯୁବକଙ୍କୁ ମାଡ ଘଟଣା : ଏଏସଆଇ କାର‌୍ୟ୍ୟରୁ ନିଲମ୍ବିତ

Published

on

ବଲାଙ୍ଗୀର ୭/୩ : ପାଟଣାଗଡ ଡାକ୍ତରଖାନାରେ ନବଜାତ ଶିଶୁ ଚୋରି ମାମଲାରେ ଶିଶୁଙ୍କ ବାପାଙ୍କୁ ମାଡ ମାରିବା ଅଭିଯୋଗରେ ଜଣେ ପୋଲିସ ଏଏସଆଇ ନିଲମ୍ବିତ ହୋଇଛନ୍ତି ।
ସୂଚନାନୁସାରେ, ପାଟଣାଗଡ ଡାକ୍ତରଖାନାରେ ଗତକାଲି ଶିଶୁ ଚୋରି ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏହାର ପ୍ରତିବାଦରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ । ଏହି ସମୟରେ ଜଣେ ପୋଲିସ ଏଏସଆଇ ଚୋରି ହୋଇଥିବା ଶିଶୁର ବାପାଙ୍କୁ ମାଡ ମାରିଥିଲେ । ଏହି ମାଡମରା ଭିଡିଓଟି ପରେ ଭାଇରାଲ ହେବାରେ ଲାଗିଥିଲା । ଏନେଇ ଏସପିଙ୍କ ପାଖକୁ ଅଭିଯୋଗ ଯାଇଥିଲା । ଏସପି ଏହାର ତଦନ୍ତ କରି ଆଜି ସକାଳେ ଏଏସଆଇ ଅନାଦି ମଟ୍ଟାରିଙ୍କୁ କାର‌୍ୟ୍ୟରୁ ନିଲମ୍ବିତ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version