ରାଜ୍ୟ

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରକୁ ସ୍ମାର୍ଟୱାଚ୍‌ ନେଇପାରିବେନି ପରୀକ୍ଷାର୍ଥୀ : ଏ.କେ ପଟ୍ଟନାୟକ

Published

on

ଭୁବନେଶ୍ୱର ୨/୩ : ଯୁକ୍ତ ଦୁଇ ପରୀକ୍ଷା ସମୟରେ ଯେପରି ଏପରି କିଛି ପରିସ୍ଥିତି ସୃଷ୍ଟି ନହୁଏ ସେନେଇ କିଛି ନିୟମ କରିଛି ପରିଷଦ । ତେବେ ପୂର୍ବରୁ ପରୀକ୍ଷା ହଲକୁ ଘଣ୍ଟା ମାନ ନେଇ ନିଷ୍ପତ୍ତି ନେଇଥିବା ପରିଷଦ ସେଥିରେ କିଛିଟା ପରିବର୍ତ୍ତନ କରିଛି ।
ଯୁକ୍ତ ଦୁଇ ପରୀକ୍ଷା ସମୟରେ ବିଭିନ୍ନ କଟକଣା ନେଇ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ହଲକୁ ଘଣ୍ଟା ପିନ୍ଧି ଯାଇପାରିବେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ । ତେବେ ପରୀକ୍ଷା ହଲକୁ ସ୍ମାର୍ଟ ଘଣ୍ଟା ପିନ୍ଧି ଯାଇପାରିବେନି ପରୀକ୍ଷାର୍ଥୀ, ସମୟ ଜାଣିବା ପାଇଁ ସାଧାରଣ ଘଣ୍ଟା ପିନ୍ଧି ଯାଇପାରିବେ । ପରୀକ୍ଷା କେନ୍ଦ୍ରରେ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ନନେଇ ଜଣେ ପରୀକ୍ଷା ହଲ ଅଧାରୁ ଛାଡି ପାରିବେ । ସେହିପରି ଟଏଲେଟ ଗଲେ ପ୍ରଶ୍ନପତ୍ରକୁ ପରୀକ୍ଷକଙ୍କୁ ଦେଇ ଯିବେ ପରୀକ୍ଷାର୍ଥୀ । ଟଏଲେଟରେ ୨ ମିନିଟରୁ ଅଧିକ ସମୟ ହେଲେ ନିରୀକ୍ଷକ ଯାଇ ଚେକ କରିବେ । ପରୀକ୍ଷା ଦିନ ସକାଳ ୯ଟା ୩୦ ମିନିଟ ସୁଦ୍ଧା ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଏ.କେ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *

Trending

Exit mobile version